ଏନ୍ ଏ ସି " ଦାବିରେ ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

Sep 23, 2025 - 15:51
 0  23
ଏନ୍ ଏ ସି " ଦାବିରେ  ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

ବୌଦ୍ଧ:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ମନମୁଣ୍ଡାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏ ସି) ମାନ୍ୟତା ପ୍ରଦାନ ଦାବିରେ ଆଜି ପ୍ରସ୍ତାବିତ ମନମୁଣ୍ଡା ଏନ୍ ଏ ସି ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ! ମନମୁଣ୍ଡା ଏନ୍ ଏ ସି କ୍ରିୟାନୁଷ୍ଠାନ କମିଟି ସଭାପତି ରାଧେଶ୍ୟାମ ସାହୁଙ୍କ ଆବାହକତ୍ୱରେ ଗତକାଲି ସ୍ଥାନୀୟ ଶ୍ରୀସୁବର୍ଣ୍ଣମେରୁ ବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସାଧାରଣ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରକାଶ ଥାଉକି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ସମୟରେ ମନମୁଣ୍ଡା କୁ ଏନ୍ ଏ ସି ଘୋଷଣା କରାଯାଇଥିଲା।କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପର୍ଯ୍ୟାୟରେ ୨୮ଟି ସହରକୁ ଏନ୍ ଏ ସି ଘୋଷଣା କରିଥିବାବେଳେ ମନମୁଣ୍ଡାକୁ ଉପେକ୍ଷା କରାଯାଇ ସେଥିରେ ସ୍ଥାନିତ କରାଯାଇ ନ ଥିଲା। କାଳେ ପରବର୍ତ୍ତୀ ସମୟରେ ସରକାର ଏହାର ପୁନର୍ବିଚାର କରି ମନମୁଣ୍ଡାକୁ ଏନ୍ ଏ ସି ମାନ୍ୟତା ମିଳିବ ସେଇ ଆଶାରେ ଅଞ୍ଚଳବାସୀ ଆଶା ବାନ୍ଧି ଅପେକ୍ଷା କରିଥିଲେ। କିନ୍ତୁ ଅଦ୍ୟାବଧି ତାହା କରାଯାଇ ନ ଥିବାରୁ ଅଞ୍ଚଳବାସୀ ଘୋର ଅସନ୍ତୋଷ ପ୍ରକାଶ ପୂର୍ବକ ଧର୍ଯ୍ୟ ହରା ହୋଇ ଆନ୍ଦୋଳନ ମୁହାଁ ହୋଇଥିବା ଜାଣିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଶ୍ରୀମାଝିଙ୍କ ଏନ୍ ଏ ସି ଘୋଷଣା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମନମୁଣ୍ଡା ଗସ୍ତରେ ଆସିଥିବାବେଳେ ମନମୁଣ୍ଡା ଏନ୍ ଏ ସି ପାଇଁ ଏକ ଦାଵୀ ପତ୍ର ପ୍ରଦାନ କରାଯାଇଥିଲା ଓ ସେ ସକାରାତ୍ମକ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଏନ୍ ଏ ସି ପାଇଁ ଫର୍ମ ' ବି ' ରେ ମନମୁଣ୍ଡାର ଫିଜିବିଲିଟି ରିପୋର୍ଟ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଅଛି।

 ସମସ୍ତ ଔପଚାରିକତା ପାଳନ କରାଯାଉଥିବା ସତ୍ତ୍ଵେ ମନମୁଣ୍ଡାକୁ ଅଣଦେଖା କରାଯାଇଛି। ଏହାକୁ ନେଇ ଉପସ୍ଥିତ ଜନସାଧାରଣଙ୍କ ମତାମତ ଲୋଡା ଯାଇଥିଲା ଏବଂ ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପ୍ରସ୍ତାବିତ ମନମୁଣ୍ଡା ଏନ୍ ଏ ସି ଅଞ୍ଚଳରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବନ୍ଦପାଳନ ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ,ବ୍ୟାଙ୍କ୍, ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ,ବଜାର,ସ୍କୁଲ, କଲେଜ,ବନ୍ଦ ରହିଛି ଓ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସାଇକଲ,ବାଇକ୍ ଓ ସମସ୍ତ ଜରୁରୀକାଳୀନ ଗାଡ଼ି ଯଥା - ଆମ୍ବୁଲାନ୍ସ,ଦମକଳ ଗାଡ଼ି,ଦୁଗ୍ଧ ବିତରଣ ଗାଡ଼ି,ରନ୍ଧନ ଗ୍ୟାସ,ଖବର କାଗଜ ପରିବହନ ଗାଡ଼ି, ପୁଲିସ ଗାଡ଼ି ଇତ୍ୟାଦିକୁ ବନ୍ଦ କରାଯାଉ ନାହିଁ। ଆଜିର ବନ୍ଦ ଡାକରା ସମୟରେ ମନମୁଣ୍ଡା ସରପଞ୍ଚ ସୁଶ୍ରୀ ରଞ୍ଜୁ ବେହେରା, ପୂର୍ବତନ ସୋନପୁର ମ୍ୟୁନିସପାଲିଟି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ,ବରିଷ୍ଠ ଓକିଲ ତ୍ରିନାଥ ପ୍ରଧାନ,ରାଜୁ,ଅକ୍ରୁର ବେହେରା, ବଣିକ ସଂଘ ସଭାପତି ଅଜିତ କୁମାର ମେହେର(କ ) ଅଜିତ ମେହେର (ଖ) ଅବସରପ୍ରାପ୍ତ ଅଧ୍ୟାପକ ନିରଞ୍ଜନ ହୋତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ତ୍ରିପାଠୀ, ବିପ୍ର ଚରଣ ବେହେରା, ରୋହିତ ହୋତା, ସାମ୍ବାଦିକ ବିଜୟ ଆଚାର୍ଯ୍ୟ, ଆବୁ ବକ୍କର ସିଦ୍ଦିକି ଖାଁ, ବୈଦ୍ୟନାଥ ହୋତା, ସିଧେ ଶ୍ୱର୍ ଗିରି ବିଶିଷ୍ଟ ବ୍ୟବସାୟୀ ଆଶିଷ କୁମାର ସାହୁ,କୈବର୍ତ୍ତ ସମାଜ ସଭାପତି ସୁଦାମ ମଲ୍ଲିକ, ଯବାନ କ୍ଳବ୍ ସଭାପତି ରାଜୁ ନାଏକ,ବାସୁଦେବପାଲି ଆଞ୍ଚଳିକ ଯୁବ ପରିଷଦ ସଭାପତି ମୁନା ମହାନ୍ତି,ୟଙ୍ଗ ଷ୍ଟାର ଏସୋସିଏସନ୍, ତ୍ରିରଙ୍ଗା କ୍ଲବ,ଦେଉଳି ଯୁବକ ସଂଘ, ମୋଟର ଚାଳକ ସଂଘ ସଭାପତି ଅଞ୍ଜନ ପଟ୍ଟନାୟକ,ସଞ୍ଜୟ ନାୟକ,ଘନଶ୍ୟାମ ମେହେର ତଥା ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ଥିଲେ।

What's Your Reaction?

like

dislike

love

funny

angry

sad

wow