ନର୍ଲା ରେଞ୍ଜ:ପରିତ୍ୟକ୍ତ କୂଅ ରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ

Oct 10, 2024 - 08:30
 0  23
ନର୍ଲା ରେଞ୍ଜ:ପରିତ୍ୟକ୍ତ କୂଅ ରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ

ନର୍ଲା: ଲୋକ୍ ଆଵାଜ୍.ଇନ୍( ଜଗତ ରାମ ସାହୁ ଙ୍କ ରିପୋର୍ଟ)

 

କଳାହାଣ୍ଡି  ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ନର୍ଲା ରେଞ୍ଜ ଅନ୍ତର୍ଗତ ଜାମ ପଡ଼ା ନିକଟ ରେ ଏକ ପରିତ୍ୟକ୍ତ କୂଅ ରେ ଗତକାଲି ରାତି ରେ ଏକ ଦନ୍ତା ହାତୀ ପଡ଼ି ଯାଇ ଜୀବନ ବଞ୍ଚାଇବାକୁ ଉଦ୍ୟମ ଜାରି କରୁଥିଲା । ପାଞ୍ଚ ଫୁଟ୍ ଗୋଲେଇ କୂଅ ମଧ୍ୟରେ ହାତୀ ଟି ପଡ଼ି ଥିବାରୁ ବାହାରିବା ସମ୍ଭବ ହୋଇପାରୁନ ଥିଲା । ନର୍ଲା ରେଞ୍ଜ ଅଧିକାରୀ ଭରତ ବନ୍ଧୁ ଶବର ଅନ୍ୟ କର୍ମଚାରୀ ଙ୍କ ସହ ଘଟଣା ସ୍ଥଳ କୁ ଯାଇ ହାତୀ ଟିକୁ ସୁରକ୍ଷିତ ଉଦ୍ଧାର କରିବା ପରେ ହାତୀଟି ଜଙ୍ଗଲ ମୁହାଁ ହେଇଥିବା କହିଛନ୍ତି । ଏଠାରେ ସୂଚନା ଥାଉ କି, ଗତ ବର୍ଷ ଡିସେମ୍ବର ମାସ ଦଶ ତାରିଖ ରେ ଏହି ଅଞ୍ଚଳ ରେ ହାତୀ ଆକ୍ରମଣରେ ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ ପାଲ୍ ଙ୍କ ମୃତ୍ୟୁ ହେଇଥିଲା । ବର୍ଷ ର ସବୁ ସମୟ ରେ ଏଇ ଅଞ୍ଚଳ ରେ ହାତୀ ଙ୍କ ଉପସ୍ଥିତି ରହୁଥିବାରୁ ବନ ବିଭାଗ ଆହୁରି ତତ୍ପର ହେବା ଆବଶ୍ୟକ ବୋଲି ଜନ ସାଧାରଣ ଆଲୋଚନା କରୁ ଛନ୍ତି ।

What's Your Reaction?

like

dislike

love

funny

angry

sad

wow