ବଜ୍ରାଘାତ ଓ ସର୍ପା ଘାତ ରୋକିବାକୁ ଗାଁ ଗାଁ ରେ ସଚେତନ କରିବେ ଲୋକ କଳାକାର
ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷ ଠାରେ ଆଜି କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ସାପ କାମୁଡା ଏବଂ ବଜ୍ରପାତ ପ୍ରତି ସାବଧାନତା ସଚେତନତା କାର୍ଯ୍ୟକ୍ରମର ଏକ ଦିବସୀୟ ଦକ୍ଷତା ତାଲିମ କର୍ମଶାଳା ଆୟୋଜିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଯୋଗଦେଇ କହିଥିଲେ ଯେ ସରକାରଙ୍କର ଲୋକଭିମୁଖୀ ଯୋଜନମାନ ଲୋକଙ୍କ ନିକଟରେ ପହଞ୍ଚାଇବାରେ କଳାକାରମାନଙ୍କର ଭୂମିକା ମହତ୍ଵ ପୂର୍ଣ୍ଣ । ଲୋକକଳା ଓ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନୋରଞ୍ଜନ କରିବା ସହିତ ଲୋକମାନଙ୍କ ମଧ୍ୟରେ ସଚେତନତା କରିବାରେ ସହାୟତା ହୋଇଥାଏ । ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ଏବଂ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ବିରଞ୍ଚି ଧାରୁଆ ମଧ୍ୟ ସାପ କାମୁଡା ଏବଂ ବଜ୍ରପାତରୁ ନିଜକୁ କିପରି ରକ୍ଷାକରିବା ଓ ଏଥିପାଇଁ ସରକାରଙ୍କର ଯୋଜନା କ’ଣ କ’ଣ ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାର ପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ ପରିଚାଳନା କରିବା ସହିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଭାବେ ସାପ କାମୁଡା ଏବଂ ବଜ୍ରପାତ ପ୍ରତି ଲୋକମାନଙ୍କ ମଧ୍ୟରେ ସାବଧାନତା ଓ ସଚେତନତା ସୃଷ୍ଟି କରାଯାଇ ପାରିବ ସେହି ସମ୍ପର୍କରେ କଳାକାରମାନଙ୍କୁ ତାଲିମ ପ୍ରଦାନ କରିଥିଲେ । କଳାକାରମାନେ ନିଜର ପ୍ରସ୍ତୁତ କରିଥିବା ସ୍କ୍ରିପ୍ଟ ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପ ସଭାପତି , ଜିଲ୍ଲା କଳା ସଂସ୍କୃତି ସଂଘ, ଶ୍ରୀ ବିଜେନ୍ଦ୍ର ପ୍ରଧାନ, ବ୍ଳକ କଳା ସଂସ୍କୃତି ସଂଘ ର ଉପ ସଭାପତି, ସାଂସ୍କୃତିକ ଦଳମାନଙ୍କର ମୁଖ୍ୟ, କଳାକାର ଏବଂ ଜିଲ୍ଲା ସଂସ୍କୃତି ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
What's Your Reaction?