ନାବାଳକ ଅପହରଣ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, କୋମନା ଥାନାରେ ପ୍ରେସ ମିଟ

Oct 11, 2024 - 20:40
 0  44
ନାବାଳକ ଅପହରଣ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, କୋମନା ଥାନାରେ ପ୍ରେସ ମିଟ

ନୂଆପଡ଼ା - ଲୋକ ଆବାଜ. ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ଲୋହଣ୍ଡୋପାଲି ଗ୍ରାମର ୫ ବର୍ଷର ପୁଅ ହୃଦାସନକୁ ଅପହରଣ ମାମଲାରେ ଅଭିଯୁକ୍ତ ପଦ୍ମିନୀ ମାଝୀ ପି-ମାର୍ଗଶିରା ମାଝୀ ଗ୍ରାମ ମଣ୍ଡଳ ଥାନା ତୁରେକେଲା ଜିଲ୍ଲା ବଲାଙ୍ଗୀର ଓ ତାଙ୍କର ପ୍ରେମିକ ଦୁର୍ଯ୍ୟୋଧନ ବରିହା ପି- ସହଦେଵ ବରିହା ଗ୍ରାମ ଲଖନା ବାଞ୍ଜିପଡା, ଜିଲ୍ଲା ନୂଆପଡାକୁ କୋମନା ଥାନା ସବ ଇନ୍ସପେକ୍ଟର ବି. ପି. ପ୍ରଧାନ ରାଜକୋଣ୍ଡା ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦରୁ ଗିରଫ କରି ଆଣିବାପରେ ସୂଚନା ମୁତାବକ କୋମନା ପିଏସ କେସ ନଂ 241/24 ତାରିଖ 30-09-2024 ୟୁ ସ 137(2) ଅନୁସାରେ ଅର୍ଜୁନ ବେମାଲ ପିତା ଦଶରଥୀ ବେମାଲ ଗ୍ରାମ ଲୋହଡୋପାଲି ଥାନା କୋମନା ଜିଲ୍ଲା ନୂଆପଡା ନିଜ ପୁଅ ହୃଦାସନ ବେମାଲକୁ ଅପହରଣ ହୋଇଥିବା ନେଇ କୋମନା ଥାନାରେ ଅଭିଯୋଗ କରିଥିଲେ ।

 ତାଙ୍କ ବଡ଼ଭାଇ ହରି ବେମାଲ ବୟସ ୬୫ କୋମନା ୱାନ ଷ୍ଟପ ସେଣ୍ଟରରୁ ପଦ୍ମିନୀ ମାଝୀଙ୍କୁ ବିବାହ କରିଥିଲେ. ସେ ପଦ୍ମିନୀ ମାଝୀ ଓ ନିଜ ପୁଅ ହୃଦାସନ ବେମାଲ ସହିତ ଲାଠୋର ବଜାରକୁ ସଉଦା କରିବା ପାଇଁ ଯାଇଥିଲେ ।ସେହି ସ୍ଥାନରୁ ପଦ୍ମିନୀ ମାଝୀ ଓ ତାଙ୍କ ପ୍ରେମିକ ଦୁର୍ଯ୍ୟୋଧନ ବରିହା ତାଙ୍କ ପୁଅକୁ ଅପହରଣ କରି ନେଇଥିଲେ । ପୁଅକୁ ନପାଇ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଶେଷରେ ସେ ଦୁଇ ଜଣ ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ କୋମନା ପୋଲିସ ଗିରଫ କରିଛନ୍ତି ।ଏହି ଅବସରରେ ତାଙ୍କୁ କୋର୍ଟ ଚାଲାଣ ପାଇଁ କୋମନା ଥାନାରେ ପ୍ରେସ ମିଟ ଅନୁଷ୍ଠିତ ହୋଇଥିଲା ।ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣି ବେହେରା, କୋମନା ଥାନା ଅଧିକାରୀ ସୁମନ୍ତ କୁମାର ନାଏକ, ଅଭିଯୁକ୍ତଙ୍କୁ ଚିହ୍ନଟ କରି କୋର୍ଟ ଚାଲାଣ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଦକ୍ଷେପ ନେଇଛନ୍ତି । ନାବାଳକ ଶିଶୁ ହୃଦା ସନ ବେମାଲଙ୍କୁ କୋମନା ପୋଲିସ ତା'ର ପରିବାର ଲୋକଙ୍କୁ ସମର୍ପଣ କରିଛି ।ଏବେ ପରିବାର ପାଖରେ ରହି ହୃଦାଶନ ଖୁସିରେ ଅଛି ।

What's Your Reaction?

like

dislike

love

funny

angry

sad

wow