୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବଲାଙ୍ଗିର ୱାଈ ଏସ ସି ସି ଦଳ ସେମି ଫାଇନାଲ ରେ ପ୍ରବେଶ

Jan 20, 2026 - 20:38
 0  1
୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବଲାଙ୍ଗିର ୱାଈ ଏସ ସି ସି ଦଳ ସେମି ଫାଇନାଲ ରେ ପ୍ରବେଶ

ସୁବର୍ଣ୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ୨୦୨୬ ର ଆଜି ର ଦ୍ଵିତୀୟ ଦିବସ ର ୧୮ ଓଭର ବିଶିଷ୍ଟ ପ୍ରଥମ ମ୍ୟାଚ୍ ୱାଈ ଏସ ସି ସି ବଲାଙ୍ଗିର ଓ ଏ ସି ସି ଅନୁଗୁଳ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଟସ୍ ଜିଣି ଅନୁଗୁଳ ଦଳ ପ୍ରଥମେ ବ୍ୟାଟିଂ କରି ୧୮ ଓଭର ରେ ୮ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା l ଦଳ ପକ୍ଷରୁ କାର୍ତ୍ତିକ ନାଇଡୁ ୩୬ ବଲ ରେ ୫୯ ରନ୍, ଆୟୁଷ କ୍ରିଶ୍ଟୋଫର୍ ୭ ବଲ ରେ ୧୫ ରନ୍, ଓ ଟୁକୁନା ସାହୁ ୧୮ ବଲ ରେ ୨୧ ରନ୍ କରିଥିଲେ l ବଲାଂଗୀର ଦଳ ପକ୍ଷରୁ ସତ୍ୟଜିତ ସିଂଦେଓ, ତେଜସ(ପ୍ରତୀକ) ଓ ରାଜା ପ୍ରତ୍ୟେକ ବୋଲର ୨ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ l ପ୍ରତି ଉତ୍ତର ରେ ବଲାଙ୍ଗିର ଦଳ ୧୫.୧ ଓଭର ରେ ୩ ୱିକେଟ୍ ହରାଇ ୧୫୭ ରନ୍ କରି ସହଜ ବିଜୟ ହାସଲ କରିଥିଲେ l ଦଳ ପକ୍ଷରୁ ପୁରୁଷୋତ୍ତମ ପଧାନ ୨୨ ବଲ ରେ ୪୪ ରନ୍, ଶୁଭମ୍ ନାଏକ ୨୪ ବଲ ରେ ୨୯ ରନ, ଶ୍ରେଷ୍ଠ କୁମାର୍ ୧୩ ବଲ ରେ ୨୨ ରନ୍ ଓ ଅରବିନ୍ଦ ୨୫ ବଲ ରେ ଅପରାଜିତ ୪୮ ରନ୍ କରି ଥିଲେ l ଅନୁଗୁଳ ଦଳ ପକ୍ଷରୁ ବୋଲର ସୂର୍ଯ୍ୟ ଭୂତିଆ ୨ ଟି ୱିକେଟ୍ ହାସଲ କରିଥିଲେ l ସେହିପରି ଆଜିର ଟି ଟେନ୍ ଓଭର ମ୍ୟାଚ ରେ ଅନୁଗୁଳ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୧୩୯ ରନ୍ କରିଥିଲେ l ଦଳ ପକ୍ଷରୁ କାର୍ତ୍ତିକ ନାଇଡୁ ୩୩ ବଲ ରେ ୮୬ ରନ୍ ଓ ରଘୁନାଥ ମଲ୍ଲ ୧୪ ବଲ ରେ ୨୭ ରନ୍ କରିଥିଲେ l ପ୍ରତି ଉତ୍ତର ରେ ୟଙ୍ଗ ଷ୍ଟୁଡେଣ୍ଟ୍ କ୍ରିକେଟ୍ କ୍ଳବ୍ ବଲାଙ୍ଗିର ୧୦ ଓଭର ରେ ୮ ୱିକେଟ୍ ହରାଇ ମାତ୍ର ୧୦୦ ରନ୍ କରିବାରେ ସମର୍ଥ ହୋଇଥିଲା l ବଲାଂଗୀର ଦଳ ପକ୍ଷରୁ ଅରବିନ୍ଦ - ୪୮ ରନ୍, ଶ୍ରେଷ୍ଠ - ୧୪ ରନ୍, ଓ ପୁରୁଷୋତ୍ତମ ପଧାନ ୧୧ ରନ୍ କରିଥିଲେ l ଅନୁଗୁଳ ଦଳ ପକ୍ଷରୁ ଆୟୁଷ କୁମାର ସର୍ବାଧିକ ୪ ଟି ୱିକେଟ୍ ହାସଲ କରିଥିବା ବେଳେ ଆନନ୍ଦ ଓ ସୌରଭ ଗୌଡ ୨ ଲେଖାଏଁ ୱିକେଟ୍ ହାସଲ କରିଥିଲେ l ଉଭୟ ଦଳ ଗୋଟାଏ ଗୋଟାଏ ମ୍ୟାଚ୍ ଜିତିବା ପରେ ଶେଷରେ ରୋମାଞ୍ଚକର ସୁପର ଓଭର ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା l ଏହି ସୁପର ଓଭର ରେ ଅନୁଗୁଳ ଦଳ ପ୍ରଥମେ ବ୍ୟାଟିଂ କରି ୧ ଓଭର ରେ ୧୨ ରନ୍ କରିଥିଲେ l ୧୩ ରନ୍ ର ବିଜୟ ଲକ୍ଷ୍ୟ କୁ ହାସଲ କରି ବଲାଙ୍ଗିର ୱାଈ ଏସ ସି ସି ଦଳ ଲାଲ୍ ମନି କ୍ରିକେଟ ର ସେମି ଫାଇନାଲ କୁ ପ୍ରବେଶ କରିଛି l ମୁଖ୍ୟ ଅତିଥି ଭାବେ ସୋନପୁର ବି ଡି ଓ ପ୍ରତୀକ କୁମାର କର ଓ ସମ୍ମାନିତ ଅତିଥି ଭାବେ ରାଇସ ମିଲର୍ସ ଆଶିଷ ରଞ୍ଜନ ବାବୁ ଯୋଗ ଦେଇ ଆଜି ଏହି ମ୍ୟାଚ୍ କୁ ଉଦ୍ଘଟାନ କରିଥିବା ବେଳେ ପୁରସ୍କାର ବିତରଣୀ ଉତ୍ସବ ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମ୍ୟାନେଜର ଶ୍ୟାମ କୁମାର ମହାଲିଙ୍ଗ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ଖେଳାଳୀ ଅନୁଗୁଳ ଦଳ ର କାର୍ତ୍ତିକ ନାଇଡୁ ଙ୍କୁ ପୁରସ୍କୃତ କରିଥିଲେ l ବି ଏସ ରାଓ, ପାର୍ଥ ସାରଥି ମିଶ୍ର, ସଞ୍ଜୀବ ମିଶ୍ର, ଓ ବିନୋଦ ମହାକୁଡ ଆଜି ର ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ସମୀର ପାଣିଗ୍ରାହୀ ଓ ବିଶ୍ୱଜିତ୍ ପୁରୋହିତ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ପ୍ରଦୀପ ସେଠି ଓ ଅନ୍ ଲାଇନ୍ ସ୍କୋରର୍ ଭାବେ ଦିନେଶ ଘିବେଲା, ବିଶ୍ଵ ନାଥ ନାୟକ ଦାୟିତ୍ଵ ତୁଲାଇ ଥିଲେ l ଆଜିର ଖେଳ କୁ ଦଶ ହଜାର ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow