*ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ*

Dec 18, 2024 - 18:53
 0  13
*ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ*

ଭବାନୀପାଟଣା : ଲୋକ ଆବାଜ୍.ଇନ୍(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ)

ଭବାନୀପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଏସବିଆଇ ଫାଉଣ୍ଡେସନ, ରାମକି ଫାଉଣ୍ଡେସନ ଏବଂ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ମିଳିତ ସହଯୋଗ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି |

 ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସାରଦା ମିଶ୍ର ଉପସ୍ଥିତ ରହି ଚର୍ମ ରୋଗ ର କାରଣ ଓ ଏହାର ପ୍ରତିକାର ବିଷୟ ରେ ଉପସ୍ଥିତ ଶତାଧିକ ଛାତ୍ର ଛାତ୍ରୀ ଅଭିଭାବକ ଙ୍କୁ ଉଦବୋଧନ ଦେଇଥିଲେ | ଏହି ଶିବିର ରେ ଅନୁନ୍ୟା ୩୦୦ ରୁ ଊର୍ଧ ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କୁ ଚର୍ମ ରୋଗ ପରୀକ୍ଷା କରିବା ସହ ଏହାର ସଚେତନତା କରାଯାଇଥିଲା। ରାମକି ଫାଉଣ୍ଡେସନ କଳାହାଣ୍ଡି ଜିଲ୍ଲା ରେ ସ୍ୱାସ୍ଥ୍ୟ ସଚେତନତା ପ୍ରୟାସ ଅତୁଳନିୟ ଓ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନା ଶିବିର କରି କଳାହାଣ୍ଡି ରେ ଜନ ସଚେତନତା କରିଆସୁଛନ୍ତି ବୋଲି ରାମକି ଫାଉଣ୍ଡେସନ ର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ତାଙ୍କ ବକ୍ତବ୍ୟ ରଖିଥିଲେ ରାମକି ସଂସ୍ଥାର କଳାହାଣ୍ଡି ଜିଲ୍ଲା ପ୍ରୋଗ୍ରାମ କୋଡ଼ିନେଟର ପ୍ରଣବ କୁମାର ଭୋକ୍ତା, ଭେଷଜ ବିତରକ ଶ୍ରୀମତୀ ଜୋଷ୍ଣାରାଣୀ ବେହେରା, ନର୍ସି ଶ୍ରୀମତୀ ପଙ୍କଜିନି ରଣା, ଏଲଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ ଓ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ରହି ସହଯୋଗ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ | ଶିକ୍ଷୟିତ୍ରୀ କଲ୍ୟାଣୀ ବାଗ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |

What's Your Reaction?

like

dislike

love

funny

angry

sad

wow