ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ

କଣ୍ଟାମାଳ : ଲୋକ୍ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କଣ୍ଟାମାଳ ବ୍ଲକ୍ ଜନଶୁଣାଣୀ କୁ ଯାଇଥିବା ବେଳେ ଶୁଣାଣୀ ଶେଷ ହେବା ପରେ ବନ ବିଭାଗ ପକ୍ଷରୁ ପୁଟପୁଟିଗଡ଼ ଠାରେ ବନ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ନିର୍ମୀତ ହୋଇଥିବା ୱାଚ ଟାୱାର ପରିଦର୍ଶନ କରିଥିଲେ | ସେହିପରି ବନ୍ଧପାଲି ଠାରେ ବନୀକରଣ ଉଦ୍ଦେଶ୍ୟରେ ଚାରା ସୃଷ୍ଟି ପାଇଁଁ ଥିବା ନର୍ସରୀକୁ ମଧ୍ୟ ବୁଲି ଦେଖିଥିଲେ l ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ସହକାରୀ ବନ ସଂରକ୍ଷକ ଖିରାବ୍ଧି ପ୍ରଧାନ ପ୍ରମୁଖ ସାମିଲ୍ ହୋଇଥିଲେ |
What's Your Reaction?






