ନୂଆପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ

Aug 31, 2024 - 20:49
 0  59
ନୂଆପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ

ନୂଆପଡା: ଲୋକ୍ ଆଵାଜ୍ .ଇନ୍ ( ରାମନାଥ ପଣ୍ଡା)
ନୂଆପଡା ଜିଲ୍ଲାରେ ଓଡିଶା ସରକାରଙ୍କ ମହିଳା ସହାୟତା ପାଇଁ ମହତ୍ୱାକାଂକ୍ଷୀ ଯୋଜନା ସୁଭଦ୍ରା ର ସଫଳ ରୂପାୟନ ପାଇଁ ଏହାର ପ୍ରସ୍ତୁତି ର ସମୀକ୍ଷା କରିବା ପାଇଁ ଆଜି ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଳା ସ୍ତରୀୟ  ତଦାରଖ କମିଟି ର ଅଧ୍ୟକ୍ଷ ଜିଲ୍ଲାପାଳ ମଧୁସୂଦନ ଦାଶ, ସଦସ୍ୟ ହିସାବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଏଲ ଡି ଏମ ସୀତାରାମ ମେହେର,ଜିଲ୍ଲା ଇ ଶାସନ ପରିଚାଳକ ବୀରେନ୍ଦ୍ର ସିଂ ଦଣ୍ଡସେନା, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,  ଆବାହିକା  ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସଂଗୀତା ପାତ୍ର, ସମସ୍ତ ସିଡିପିଓ, ସମସ୍ତ ଅଙ୍ଗନବାଡି  ସୁପରଭାଇଜର ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ l ଜିଲ୍ଲାରେଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀ ମାନଙ୍କୁ  ଚି଼ହ୍ନଟ କରି ସେସମସ୍ତଙ୍କୁ   କିଭଳି ସାମିଲ କରାଯାଇପାରିବ,କି ସମସ୍ୟା ଆସିବ ଏବଂ କିଭଳି ତାହାର ସମାଧାନ ହେବ,ଏହା ଉପରେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଗଣ ଦିଗଦର୍ଶନ ଦେଇ ପୁଙ୍ଖାନୂପୁଙ୍ଖ ଆଲୋଚନା କରିଥିଲେ । ପ୍ରତି ଘରେ ଏହି ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ଏବଂ ଯୋଜନାର ଶତ ପ୍ରତିଶତ ସଫଳତା ପାଇଁ ଜିଲ୍ଲାପାଳ ସମସ୍ତ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow