ନୂଆପଡା ଡିଷ୍ଟ୍ରିକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ସାଧାରଣ ବୈଠକ l

ନୂଆପଡ଼ା -ଲୋକ ଆବାଜ.ଇନ (ରାମନାଥ ପଣ୍ଡା ):
ନୂଆପଡା ଜିଲ୍ଲାର ତୀର୍ଥକ୍ଷେତ୍ର ପାତାଳଗଙ୍ଗା ଠାରେ ଜିଲ୍ଲା ସଭାପତି ସୁଶାନ୍ତ କରଙ୍କ ସଭାପତିତ୍ବରେ ନୂଆପଡା ଜିଲ୍ଲା ଡିଷ୍ଟ୍ରିକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଏନ୍ ଡି ୟୁ ଜେ )ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଏନ୍ ଡି ୟୁ ଜେ ସାଧାରଣ ସମ୍ପାଦକ ଯୁଗଳ କିଶୋର ମହାନନ୍ଦ, କୋଷାଧ୍ୟକ୍ଷ ବିଶିକେଶନ ପଣ୍ଡା,ନୂଆପଡ଼ା ବ୍ଲକ ସଭାପତି ରାଜ କିରଣ ସିଂ ଦେଓ ,କୋମନା ବ୍ଲକ ସଭାପତି ରଂଜିତ ପଣ୍ଡା, ଖରିଆର ବ୍ଲକ ସଭାପତି ଓମ ପ୍ରକାଶ ଚୌଧୁରୀ, ବୋଡ଼େନ ବ୍ଲକ ସଭାପତି ନୀଳମଣି ପଣ୍ଡା,ସିନାପାଲି ବ୍ଲକ ସଭାପତି ଗୟାରାମ ମେହେର, ବରିଷ୍ଠ କାର୍ଯ୍ୟକର୍ତ୍ତା ସୀମାଞ୍ଚଳ ମହାପାତ୍ର,ଅଂଶୁମାନ ଅଗସ୍ତି, ମକାରୁ ବେମାଲ, ବିକାଶ ଖରସେଲ, ମୃତୁଞ୍ଜୟ ପଣ୍ଡା,ଏସ ଷଡ଼ଙ୍ଘି,ରାମନାଥ ପଣ୍ଡା, ଭଗ୍ୟବାନ ମାଝୀ, ରମେଶ ଜଗତ, ଦେବଦାସ ପାଢ଼ୀ, ମାଇକଲ ନନ୍ଦ, ଶ୍ୟାମ ସୁନ୍ଦର ସଗରିଆ, ରମାକାନ୍ତ ବନ୍ଧିଛୋର,ଦୀନେଶ ଛତ୍ରିଆ, ଗଣେଶ ଚନ୍ଦ୍ର ବାଗ, ଝମ୍ପେଶ୍ୱର ସଲମା , ଯୁଧିଷ୍ଠିର ଦୀପ, ଉପେନ୍ଦ୍ର ବାଗ,ନୀଳାମ୍ବର ନାଗ, ଅଜିତ ବେହେରା,କାର୍ତ୍ତିକ ମହାନନ୍ଦ,ଉପେନ୍ଦ୍ର ମଟାରି, ହରେରାମ କରୁଆଁ, ପରମେଶ୍ୱର ମେହେର, କମଲ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ରହି ସଂଘର ଅତୀତ ,ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ସଂଘୀୟ ନୀତିକୁ ନେଇ କେମିତି ଆଗକୁ ବଢିବା ଏବଂ ସମାଜ ଆଗରେ କେମିତି ପ୍ରଶଂସିତ ହେବା,ରାଜ୍ୟ ମାନଚିତ୍ରରେ ବିକାଶ ଦିଗରେ କେମିତି ନୂଆପଡ଼ା ଜିଲ୍ଲାର ସ୍ଥାନ ନିରୂପଣ କରିବା ଇତ୍ୟାଦି ବିଷୟରେ ସମସ୍ତଙ୍କ ମତାମତ ନେଇ ଆଲୋଚନା କରାଯାଇଥିଲା ।
What's Your Reaction?






