କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ଓ ବରଗୋଛା ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

କଣ୍ଟାମାଳ:୧୯/୮:ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ କଣ୍ଟାମାଳ ବ୍ଲକ ଗସ୍ତରେ ଥିବା ବେଳେ କଣ୍ଟାମାଳ ପଞ୍ଚାୟତ କଲେଜ୍ ପରିଦର୍ଶନ କରିଛନ୍ତି | କଲେଜରେ ପହଞ୍ଚି ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନଙ୍କ ସହ ଜିଲ୍ଲାପାଳ କଲେଜର ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ | ସେହିପରି ବରଗୋଛା ଆବାସିକ ବିଦ୍ୟାଳୟ ଠାରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଆଲୋଚନା କରିଥିଲେ | ବରଗୋଛା ନିକଟରେ ପାନୀୟ ଜଳ ଯୋଗାଣ ପାଇପ ଫାଟି ଯାଇଥିବା ଯୋଗୁଁ ପାନୀୟ ଜଳ ଯୋଗାଣ ବନ୍ଦ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ | ଜିଲ୍ଲାପାଳ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପୂର୍ତ୍ତ ବିଭାଗ ଜନ୍ତ୍ରୀଙ୍କୁ ଡାକି ତୁରନ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ | ଜିଲାପାଳଙ୍କ ଗସ୍ତ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡି, ତହସିଲଦାର୍ ଶ୍ବେତପଦ୍ମା ଜୋଶୀଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ |
What's Your Reaction?






