*ପଏଁରି ରୋପ୍ୟ ଜୟନ୍ତୀ ଅବସର ରେ ଲୋକ ନୃତ୍ୟ ଓ ଲୋକ ଗୀତ କର୍ମଶାଳା ଅନୁଷ୍ଟିତ*-

, ସୋନପୁର: ଲୋକ ଆବାଜ୍.ଇନ୍(ମନୋରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ)
ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷ ରୁ କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟ ସୋନପୁର ଠାରେ ଲୋକନୃତ୍ୟ ଓ ଲୋକଗୀତ ର ସ୍ଵତନ୍ତ୍ର କର୍ମଶାଳା ସହିତ ପ୍ରଦର୍ଶନ ଏବଂ ସୋପାନ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ସାହୁଙ୍କର ସଭାପତିତ୍ୱରେ ଲୋକ କଳା ଓ ନୃତ୍ୟ ର ସଂସ୍କୃତି ଗବେଷକ ଗୁରୁ ଚୌଧୁରୀ ବିଭାର, କଣ୍ଠଶିଳ୍ପୀ ବିଜୟ ଦାସ ଓ ଚିତ୍ରଶିଳ୍ପୀ ଶ୍ୟାମ ସୁନ୍ଦର ମେହେର ଅତିଥି ଭାବରେ ଯୋଗ ଦେଇ ଗୀତ ନାଚ ଉପରେ ଆଗ୍ରହ କରିଥିଲେ l ହଜିଯାଉଥିବା ଲୋକଗୀତ ଓ ଲୋକନୃତ୍ୟ ଯଥା - ଡାଲଖାଇ ରସରକେଲି, ସଜନୀ, ମଇଲାଜଡ, ଚପ୍ କରାଟୀ, ବଜ ନିଆ ଆଦି କିପରି ଲୋକଲୋଚନ କୁ ଆସିପାରିବ ସେ ବିଷୟ ରେ ଛାତ୍ର ଛାତ୍ରୀ ଙ୍କୁ ପ୍ରଶିକ୍ଷଣ ପ୍ରଦାନ୍ କରି ଥିଲେ l ପ୍ରଥମେ ସ୍ମିତା ରାନୀ ନାଏକ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ଅତିଥି ମାନଙ୍କର ପରିଚୟ ପ୍ରଧାନ କରିଥିଲେ l ଜିଲ୍ଲା ର ବିଭିନ୍ନ ସ୍କୁଲ ର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟ୍ୟରେ ଚିତ୍ରାଙ୍କନ, ଲୋକନୃତ୍ୟ ଓ ଲୋକ ଗୀତ ପ୍ରତିଯୋଗିତା ହୋଇଥିଲା l
What's Your Reaction?






