ମା ସର୍ବ ମଙ୍ଗଳା।ଘାଟି ମୁଣ୍ଡିଆଣି ଦେବୀ ଙ୍କ ନବ ନିର୍ମିତ ମନ୍ଦିର ରତ୍ନମୁଦ ଉତ୍ସଵ।

ଧର୍ମଗଡ଼: ଲୋକ୍ ଆବାଜ୍ ଇନ୍: (ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପଞ୍ଚାୟତ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ପଞ୍ଚାୟତ ର ଚତୁର୍ଦିଗ ରେ ସାହାଜଖୋଲ ଜଙ୍ଗଲ,ଏଠିକାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣି, ଦେବୀ ଙ୍କ ଉପରେ ରହିଛି ଅଞ୍ଚଳବାସୀ ଙ୍କ ଅଗାଢ଼ ବିଶ୍ୱାସ। ମା ଙ୍କ ନୂତନ ଦେବୀ ମନ୍ଦିର ନିର୍ମାଣ ପାଇଁ ପୂର୍ବତନ ସରକାର ଅନୁଦାନ ଦେଇଥିଲେ। ସୋମବାର ମା ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀ ଙ୍କ ମନ୍ଦିର ର ରତ୍ନମୁଦ ଉତ୍ସଵ ରୀତିନୀତି ଅନୁଯାୟୀ ଆଜି ସମ୍ପନ୍ନ ହୋଇଛି। ସକାଳୁ ଗ୍ରାମ ଦେବୀ ଙ୍କ ପୂଜକ ମନଧର ପୁଝାରି ଓ ଗଣନାଥ ପୁଝାରି ଙ୍କ ପୂଜାର୍ଚ୍ଚନା ପରେ ବାଜାଗାଜା ଧରି ଅଠରନଲା ନିକଟସ୍ଥ ଜଙ୍ଗଲ ରୁ ସାହାଡ଼ ଗଛ କୁ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଗ୍ରାମବାସୀ ମାନେ ସାହାଡ଼ ଗଛ ର ଡାଳ କୁ ନେଇ ମୁଖ୍ୟ ମନ୍ଦିର କୁ ଆସି ସ୍ଥାପନ କରିଥିଲେ।ପରେ ପଣ୍ଡିତ ଫକୀର ମିଶ୍ର ପୂଜାର୍ଚ୍ଚନା କରିବା ପରେ ନିର୍ଦ୍ଧାରିତ ସମୟ ରେ ମନ୍ଦିର ରେ ରତ୍ନମୁଦ ଉତ୍ସଵ ଆରମ୍ଭ ହୋଇଥିଲା। ପୂଜାକର୍ତ୍ତା ଭାବେ ରୋମାଞ୍ଚଳ ପୁଝାରୀ ଓ ଧର୍ମପତ୍ନୀ ମଣି ପୁଝାରୀ ପୂଜାବିଧି ତୁଲାଇଥିଲେ।
What's Your Reaction?






