ପଲଶାଗୋରା ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Mar 20, 2025 - 14:50
 0  10
ପଲଶାଗୋରା ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କଣ୍ଟାମାଳ : ଲୋକ୍ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସୁରେଶ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ପରିବେଶ ପ୍ରଦୂଷଣ ଓ ତାର ନିରାକରଣ ଏବଂ ପରିବେଶ ସୁରକ୍ଷା ଉପରେ ବୃକ୍ଷ ରୋପଣ ଓ ପରିବେଶ ପରିଚାଳନା ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ |ଅଧ୍ୟାପକ ବିଶେଶ୍ୱର ପାଣିଗ୍ରାହୀ ମଞ୍ଚାସିନ ରହି ମୃତ୍ତିକା ପ୍ରଦୂଷଣ, ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ବିଷୟରେ ବକ୍ତବ୍ୟ ରଖିଥିଲେ |ଇତିହାସ ଅଧ୍ୟାପିକା କବିତା ପୋଢ଼ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀ ଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ |କାର୍ଯ୍ୟକ୍ରମ କୁ ବିଭାଗୀୟ ସଂଯୋଜିକା ଅଧ୍ୟାପିକା ପ୍ରଜ୍ଞା ପରିମିତା ମିଶ୍ର ପରିଚାଳନା କରିଥିବା ବେଳେ କ୍ରୀଡା ଅଧ୍ୟାପକ ନାରାୟଣ ପ୍ରଧାନ ଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସହଯୋଗ କରିଥିଲେ |

What's Your Reaction?

like

dislike

love

funny

angry

sad

wow