ଯୁଗୀନ୍ଦ୍ରପୁର ପଂଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର , ଶିବିରରେ ସମୁଦାୟ 109 ଟି ଆପତ୍ତି ଅଭିଯୋଗ ପଞ୍ଜିକୃତ

ବୌଦ୍ଧ,ଲୋକ୍ ଆବାଜ୍. ଇନ୍(ପୂର୍ଣ୍ଣ ଚରଣ ସାହୁ) :
କଣ୍ଟାମାଳବ୍ଲକ ଅନ୍ତର୍ଗତ ଯୁଗୀନ୍ଦ୍ରପୁର ଗ୍ରାମପଞ୍ଚାୟତ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ସମୁଦାୟ 109ଗୋଟି ଆପତ୍ତି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ 92ଟି ବ୍ୟକ୍ତିଗତ ଓ 17ଗୋଟି ସାମୁହିକ ମାମଲା ଥିବାବେଳେ 2ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା l କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ସାମୁହିକ ମାମଲା ଓ ବ୍ୟକ୍ତିଗତ ମାମଲା ନେଇ ଆସିଥିବା ଆପତ୍ତି ଅଭିଯୋଗ ର ଶୁଣାଣି କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସମାଧାନ ପାଇଁ ନିର୍ଦେଶ ଦିଆଯାଇଛି ।ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାତ କୁମାର ଦଣ୍ଡସେନା, କଣ୍ଟାମାଲ ତହସିଲଦାର ଶ୍ୱେତପଦ୍ମl ଯୋଶୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ,ଇଂଜୟମହନ୍ତ,ଜଳଓ ପରିମଳ ବିଭାଗ ର ସହକାରୀ ଯନ୍ତ୍ରୀ,ଇଂ ଅଜିତକୁମାର ସେଠି କନିଷ୍ଠଯନ୍ତ୍ରୀ, ଇଂ ଦିବ୍ୟଲୋଚନ ନାୟକ,ଇଂ କାଁହୁ ଚରଣ ସ୍ୱାଇଁ,ବିଏସଏସଓ ସୂର୍ଯ୍ୟ ଦାସ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରl କୁଜୁର, ବ୍ଲକ ଯୋଗାଣ ଅଧିକାରୀ ପ୍ରଦୀପ କହଁର, ବ୍ଲକ ଶିକ୍ଷା ଅଧିକାରୀ ସନୋଜ ସେଠି,ବିଆରସି ଅର୍ଜୁନ ଦାସ,ଗ୍ରାମପଂଚାୟତଉନ୍ନୟନ ଅଧିକାରୀ ଗୌରୀପ୍ରଧାନ,ଏପିଓସଂଜିତ କୁମାର ମିଶ୍ର,ପଂଚାୟତ ନିର୍ବାହୀ ଅଧିକାରୀ ଅନନ୍ତ ବେହେରା,ଜୟଦେବ ପ୍ରଧାନ ସରପଞ୍ଚ ଝୁନୁ ପ୍ରଧାନ ଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରି ପ୍ରମୁଖ ଉପସ୍ଥିତ ଥିଲେ l ଶିବିରକୁ କଣ୍ଟାମାଳ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ l
What's Your Reaction?






