ପଲସାଗୋରାରେ ବିଶ୍ୱ ନାଟ୍ୟ ଦିବସ

କଣ୍ଟାମାଳ: ୨୭/୩(ଲୋକ ଆବାଜ. ଇନ;ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ, ୨୭/୩ : ବିଶ୍ୱ ନାଟ୍ୟଦିବସ ଅବସରରେ ଇଣ୍ଟାରନେସନାଲ ଥିଏଟର କଣ୍ଟାମାଳ ଶାଖା ତରଫରୁ ପଲସାଗୋରା ମା ଭୈରବୀ କଳା ପରିଷଦ ର ଆଖଡ଼ା ଗୃହରେ ଅନୁଷ୍ଠାନର ସଭାପତି ଜୟ କୁମାର ମହାରଣା ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ଇଂରାଜୀ ଅକ୍ଷର ଆଇ.ଟି. ର ପ୍ରତୀକ ସ୍ୱରୂପ ଦୁଇଟି କ୍ୟାଣ୍ଡେଲ ଜାଳି ଉକ୍ତ ଦିବସକୁ ପାଳନ କରିଥିଲେ l ସମ୍ପାଦକ ଦିଲ୍ଲୀପ କୁମାର ମହାନ୍ତି ୨୭ମାର୍ଚ୍ଚ ୨୦୨୫ପାଇଁ ଗ୍ରୀସର ପ୍ରଖ୍ୟାତ ନାଟ୍ୟ ନିର୍ଦେଶକ, ଶିକ୍ଷକ, ଥିଏଟର ଆର୍ଟିଷ୍ଟ ର ପ୍ରତିଷ୍ଠାତା ତଥା କଳା ନିର୍ଦେଶକ ଏବଂ ପୃଥିବୀ ର ଅନ୍ୟତମ ଚର୍ଚ୍ଚିତ ନାଟ୍ୟ ଚିନ୍ତକ ଥିଓ ଡୋରୋସ ତେର ଜୋ ପୋଲୋସ ଙ୍କ ନାଟ୍ୟ ଦିବସର ବାର୍ତ୍ତା ପଠନ କରିଥିଲେ l ଏହି ଅବସରରେ ଅନ୍ତର୍ଜାତୀୟ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ୧୯୬୨ମସିହା ଠାରୁ ଜଣେ ଖ୍ୟାତନାମା ନାଟ୍ୟ ବ୍ୟକ୍ତିତ୍ୱ ଙ୍କ ନାଟ୍ୟ ସନ୍ଦେଶକୁ ବିଭିନ୍ନ ଭାଷାରେ ଅନୁବାଦ କରି ପାଠ କରାଯାଇଥାଏ l ଏହା ପଠନ କରିବାର ଉଦ୍ଦେଶ୍ୟ ହେଉଛି ଥିଏଟର ମଧ୍ୟରେ ସଚେତନତା ସୃଷ୍ଟି କରିବା l ସଭାରେ ନାଟ୍ୟ ପ୍ରେମୀ ଅଚ୍ୟୁତ ଖମାରି, ବାବୁଲାଲ ମେହେର, ମନୋଜ କୁମାର ମହାନ୍ତି, ମାନସ ବଗର୍ତ୍ତୀ, ପୂର୍ଣଚରଣ ସାହୁ, ବିବେକାନନ୍ଦ ଭୋଇ, ଦୀପକ ସାଲମା, ଜଗତ ମୋହନ ସାହୁ, ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l ସଭା ଶେଷରେ ବସନ୍ତ ବାଘ ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?






