୧ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜେଇ ସହ ୩ ଟି ମଟର ସାଇକେଲ ଜବତ ଜଣେ ଗିରଫ

କଣ୍ଟାମାଳ: ୨୭/୩(ଲୋକ ଆବାଜ. ଇନ;ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଥାନା ପୁଲିସ ଦ୍ୱାରା ୧ କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ୩ ଟି ମଟର ସାଇକେଲ ଜବତ ସହ ଜଣେକୁଗିରଫ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ କଣ୍ଟାମାଳ ଥାନା ଅନ୍ତର୍ଗତମାତାକୁପା ଘାଟି ଏରିଆ ପାଖରେ ରେଡ କରି ୩ ଟି ମଟର ସାଇକେଲରେ ଗଞ୍ଜେଇଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ କଣ୍ଟାମାଳ ଥାନାଧିକାରୀ ଭାବାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ରେଡ କରିଥିଲେଓ ଜଣକୁ ଗିରଫ କରିଥିଲେ l ଏହାକୁ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ ଙ୍କ ଉପସ୍ଥିତିରେ ଓଜନ କରିବାରୁ ଏହା ଏକକ୍ୱିଣ୍ଟାଲ ୨୫ କେଜି ଥିବା ଜଣାପଡିଥିଲା। ଏନେଇ କଣ୍ଟାମାଳ ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଭାବନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
What's Your Reaction?






