ପୁଆ ପ୍ରାଥମିକ କୃଷି ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ

Oct 6, 2024 - 22:15
 0  13
ପୁଆ ପ୍ରାଥମିକ କୃଷି ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ

ସୁବର୍ଣ୍ଣପୁର: ଲୋକ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୁବର୍ଣ୍ଣପୁର ଜିଲ୍ଲା ର ତରଭା ବ୍ଲକ ଅନ୍ତର୍ଗତ ପୁଆ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ମାନେ ସମିତି ରେ ଘୋର୍ ଦୁର୍ନୀତି ହୋଇଥିବା ବିଷୟ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି l ପୁଆ ସମବାୟ ସମିତିର ସଭାପତି ପ୍ରଭୂଦତ୍ତ ଡାଙ୍ଗ ଙ୍କ ଆଦେଶ କ୍ରମେ ଦୀର୍ଘ ବର୍ଷ ରୁ ଚାଷୀ ଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା ଲିଖିତ ଅଭିଯୋଗ ସେମାନେ କରିଛନ୍ତି l ଅଭିଯୋଗ ରୁ ପ୍ରକାଶ ଯେ ସଭାପତିଙ୍କ ଆଦେଶ କ୍ରମେ ଚାଷୀମାନଙ୍କ ଅଜ୍ଞାତରେ ଜାଲ ଦସ୍ତଖତ କରି ଚାଷୀମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ କରି ଟଙ୍କା ହରିଲୁଟ କରିଛନ୍ତି , ସଭାପତି ଙ୍କୁ ଏଆର୍ ସିଏସ୍ ଙ୍କ ପତ୍ରସଂଖ୍ୟା ୬୨୭ ତା. ୧୮.୦୬.୨୪ ଅନୁଯାୟୀ ସମିତିରେ ସ୍ଥାୟୀ ସମ୍ପାଦକ ନିଯୁକ୍ତି କରୁନାହାନ୍ତି ।ଗତ ଖରିଫ ୨୦୨୩ରେ ସଭାପତିଙ୍କ ମନ ମାନି ଓ ଅନିତି କାର୍ଯ୍ୟକଳାପ ଯୋଗୁଁ ଚାଷୀମାନେ ଧାନ ବିକ୍ରୟ କରି ନପାରି ବାହାରେ ଦଲାଲ ମାନଙ୍କୁ ବିକ୍ରି କରିବାକୁ ବାଧ୍ଯ ହେଲେ ଓ ସଭାପତି ନିଜ ମନଇଚ୍ଛା ସମିତି ସଭା ସବୁ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି l ଏବଂ ସଭାପତି ବୋର୍ଡ ସଭ୍ୟମାନଙ୍କ ଅଜ୍ଞାତରେ ନୂତନ ପିଅନ ନିଯୁକ୍ତି ମଧ୍ୟ କରିଛନ୍ତି।ଏଥିରେ ଲକ୍ଷାଧିକ ଟଙ୍କା ର ଦୁର୍ନୀତି ହୋଇଥିବା ସଂପର୍କରେ ତତ୍କାଳୀନ ଜିଲ୍ଲାପାଳ ଙ୍କଠାରେ ଅଭିଯୋଗ ପରେ ସ‌ହ-ସମ୍ପାଦକଙ୍କୁ ଟଙ୍କା ହେରଫେର ଓ ଟୋକନ ହେରଫେର ବାବଦରେ ବହିଷ୍କାର କରିଥିବା ପୁଣି ସଭାପତି ତାଙ୍କୁ କେଉଁ ଆଇନ ବଳରେ ସେଇ ଦୁର୍ନୀତିଖୋର ବାସୁଦେବ ପାତ୍ରଙ୍କୁ ଏ ସମିତି ରେ କାର୍ଯ୍ଯ ଦାୟିତ୍ୱ ଦେଲେ ତାହା ତଦନ୍ତ କରାଯାଉ ବୋଲି ଚାଷୀ ବିରୋଧ କରିଛନ୍ତି l ସଭାପତିଙ୍କ ପରିବାରର ୯ ଜଣଙ୍କ ନାମରେ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବେଇଆନ ଭାବେ ସମିତିରୁ ରଣ କରାଯାଇଛି ବୋଲି ଚାଷୀ ମାନେ ଏ ଆର୍ ସି ଏସ ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି l ଓ ଏ ଦୁର୍ନୀତି ଖୋର୍ ସମିତି ସଭାପତି ଓ କର୍ମଚାରୀ ଙ୍କ ବିରୁଦ୍ଧ ରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ଚାଷୀ ମାନେ ଦୃଢ଼ ଦାବୀ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow