ବୌଦ୍ଧଜିଲ୍ଲା ନିଖିଳ ଓଡ଼ିଶା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ବୈଠକ

Oct 6, 2024 - 22:07
 0  36
ବୌଦ୍ଧଜିଲ୍ଲା ନିଖିଳ ଓଡ଼ିଶା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ବୈଠକ

କଣ୍ଟାମାଳ ,: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପି ଇ ଓ ) ସଂଘ ର ଏକ ବାର୍ଷିକ ବୈଠକ ଆଜି ମନମୁଣ୍ଡା ମାର୍କେଟ ୟାର୍ଡ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ସଂଘ ର ଜିଲ୍ଲା ସଭାପତି ଜୟଦେବ ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଉପ ସଭାପତି ପଙ୍କଜିନି ତାଣ୍ଡି, ସମ୍ପାଦକ ଜ୍ଞାନ ରଞ୍ଜନ ମିଶ୍ର, ସହ ସମ୍ପାଦକ ଜଗଦୀଶ ମଲ୍ଲିକ, କୋଷାଧ୍ୟକ୍ଷ ସୁଦାମ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। କଣ୍ଟାମାଳ ବ୍ଲକ ସଭାପତି ପୁରନ୍ଦର ଠେଲା, ବୌଦ୍ଧ ବ୍ଲକ ସଭାପତି ଦିବ୍ୟଲୋଚନ ବେହେରା ଙ୍କ ସଂଯୋଜନା ଓ ପରିଚାଳନା କ୍ରମେ ଅନୁଷ୍ଠିତ ଉକ୍ତ ବୈଠକ ରେ ପଂଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ମୌଳିକ ସମସ୍ୟା କିପରି ସମାଧାନ ହୋଇ ପାରିବ, ପଞ୍ଚାୟତ କାର୍ଯ୍ୟ ଗୁଡ଼ିକ କିପରି ସୁରୁଖୁରୁ ଓ ସୁଚାରୁରୂପେ ସମ୍ପାଦନ ହୋଇ ପାରିବ, କେଉଁ କେଉଁ ବିଷୟ ଓ ବିନ୍ଦୁ ଉପରେ ବିଶେଷ ଭାବେ ଧ୍ୟାନ ଦେଇ କାମ କରିବାକୁ ପଡ଼ିବ ସେ ବିଷୟ ରେ ଆଲୋଚନା କରାଯାଇଥିଲା।ଉପସ୍ଥିତ ସମସ୍ତ ସଭ୍ୟ, ସଭ୍ୟl,ସେମାନଙ୍କ ମତାମତ ଦେଇଥିଲେ। ଏଇ ଅବସରରେ ନୂତନ ଭାବେ ପି ଇ ଓ ପଦବୀ ରେ ଯୋଗ ଦେଇଥିବା ୧୮ ଜଣ ଭାଇ ଭଉଣୀ ଙ୍କୁ ସଂଘ ତରଫରୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବରିଷ୍ଠ ସଭ୍ୟ ମାନେ ନବାଗତ ଙ୍କୁ ପଦବୀ ର ମର୍ଯ୍ୟାଦା ଓ କାମ ଉପରେ ଅନେକ ଦିଗ ଦର୍ଶନ ଦେଇଥିଲେ।ସେହିପରି କିଛି ଦିନ ତଳେ ଏଇ ପଦବୀ ରୁ ଅବସର ଗ୍ରହଣ କରିଥିବା ଶୀତଳ ପଟ୍ଟନାୟକ, ହୀରାମଣି ମେହେର, ଘନଶ୍ୟାମ ସାହୁ ଏବଂ କ୍ଷୀରୋଦ କୁମାର ମେଣ୍ଡିଳୀ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଶେଷରେ କଣ୍ଟାମାଳ ବ୍ଲକ ସମ୍ପାଦକ ଭୋଲେଶ୍ୱର୍ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow