ପୁଣି ଜଣକୁ କଚାଡି ମାରିଲା ହାତୀ, ମୃତକ ପରିବାରକୁ 50 ଲକ୍ଷ କ୍ଷତି ପୁରଣ ଦାବୀ କଲେ ଯୁବନେତା ଗଗନ କୁମାର ପ୍ରଧାନ..
ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମ ପଂଚାୟତ ଆଡାଶକୁପା ଗ୍ରାମର ପାଙ୍ଗାନାଜୁରେ ପ୍ରଶାନ୍ତ ନାୟକ(70) ନାମକ ବ୍ୟକ୍ତିଙ୍କୁ କଚାଡି ମାରିଥିବା ସୂଚନା ମିଳିଛି l ସୂଚନା ଅନୁଶାରେ ପ୍ରଶାନ୍ତ ନାୟକ ସକାଳେ 5.30 ମିନିଟରେ ଶୌଚ ପାଇଁ ଘର ଭାହାରକୁ ବାହାରିବା ସମୟରେ ହଠାତ ହାତୀ ଆକ୍ରମଣ କରି କଚାଡି ମାରି ଥିଲା l ଘଟଣା ସ୍ଥଳରେ ପ୍ରଶାନ୍ତ ନାୟକଙ୍କ ମୃତ୍ୟୁ ଘଟି ଥିଲା l ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୁଲିସ ପହଁଚି ଥିବା ସ୍ଵଚନା ମିଳିଛି l ସୂଚନା ଥାଉକି କିଛି ଦିନ ପୂର୍ବେ ଘୁ.ଉଦୟଗିରି ବ୍ଲକର ପୀଡ଼ିକା ମାହା ଓ ପାଜି ମାହା ଠାରେ ଏହି ହାତୀ ଦୁଇ ଜଣଙ୍କୁ କଚାଡି ମାରିବା ସହ ଗାଇ ଗୋରୁଙ୍କୁ ମାରି ଧନଜୀଵନ କ୍ଷତି ଘଟାଇ ଥିଲା l ଯାହାକୁ ନେଇ ଘୁ. ଉଦୟଗିରି ବ୍ଲକର 8ଟି ପଂଚାୟତର ଜନସାଧାରଣ ସୋମବାର ଦିନ ରେଞ୍ଜର କାର୍ଯ୍ୟାଳୟ ଘେରାଉ କରି ଥିଲେ l କିନ୍ତୁ ଜିଲ୍ଲା ବନ ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇନ ଥିଲେ ଓ ଆନ୍ଦୋଳନ ସ୍ଥଳକୁ ଆସିନ ଥିଲେ l ଯାହାକୁ ନେଇ ଆନ୍ଦୋଳନକାରିଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି l ଆଜି ପୁଣି ଜଣକୁ ହାତୀ କଚାଡି ମାରିବା ଘଟଣା ଜନସାଧାରଣଙ୍କୁ ଆତଙ୍କିତ କରିଛି l ଯଦି ପ୍ରଶାସନ ଯଥା ଶୀଘ୍ର ହାତୀକୁ ଅନ୍ୟତ୍ର ସ୍ଥାନାନ୍ତରିତ ନ କରନ୍ତି ତାହା ହେଲେ ଜନସାଧାରଣ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ଯୁବନେତା ଗଗନ କୁମାର ପ୍ରଧାନ ଚେତାବନୀ ଦେବା ସହ ମୃତକ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତି ପୁରଣ ସହ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ମଧ୍ୟ ଦାବୀ କରିଛନ୍ତି l
ମୃତକ ପ୍ରଶାନ୍ତ ନାୟକଙ୍କ ଗୋଟିଏ ପୁଅ ଜାନି ନାୟକ ଓ ଗୋଟିଏ ଝିଅ ଲେଟ ନାୟକ ଓ ସ୍ତ୍ରୀ ଅଛନ୍ତି ଅଛନ୍ତି l
What's Your Reaction?






