ପ୍ରାଣୀ ଚିକିତ୍ସା କେନ୍ଦ୍ର ରାସ୍ତା ଉପରେ ଜବର ଦଖଲ ହଟିବ କେବେ ?

Sep 24, 2024 - 22:12
 0  75
ପ୍ରାଣୀ ଚିକିତ୍ସା କେନ୍ଦ୍ର ରାସ୍ତା ଉପରେ ଜବର ଦଖଲ ହଟିବ କେବେ ?

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 

 କଂଧମାଳ ଜିଲ୍ଲା ରେ ଦିନକୁ ଦିନ ହ୍ରାସ ପାଇଛି ସରକାରୀ ଜମି l ଏପରିକି ସରକାରୀ ଅଫିସ୍ କୁ ମଧ୍ଯ ଛାଡ଼ୁ ନାହାନ୍ତି ଜବର ଦଖଲ କାରୀ l ଏହିଭଳି ବିଚିତ୍ର ଦୃଶ୍ୟ ଦେଖିବକୁ ମିଳିଛି ବାଲିଗୁଡ଼ା ସହର ରେ l ମାଆ ପlଟଖଣ୍ଡ ଦୂର୍ଗା ପୂଜା ସମିତି ପୂର୍ବରୁ ଗ୍ରାମପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇ ଥିବା ଶୌଚାଳୟ ସ୍ଥାନ ରେ ଗୃହ ଦୋକାନ ଗୃହ ନିର୍ମାଣ କରିଥିଲା ବର୍ତ୍ତମାନ ପ୍ରାଣୀ ଚିକିତ୍ସା କେନ୍ଦ୍ର ରାସ୍ତା ଉପରେ ଛାତ ପକାଇ ଜବର ଦଖଲ ପାଇଁ ପ୍ରୟାସ ଚଳାଇଛି l

ଫଳରେ ପ୍ରାଣୀଚିକିତ୍ସା ସେବା ବ୍ୟାହତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି l ଚିକିତ୍ସା କେନ୍ଦ୍ର କୁ ଆସୁଥିବା ଚାରି ଚକିଆ ଯାନ ଆମ୍ବୁଲାନ୍ସ ଯାତାୟାତ ରେ ଅସୁବିଧା ହେଉଛି l ସର୍ବସାଧାରଣ ଜମି ଉପରେ କମିଟି ବାଲିଗୁଡ଼ା ବିଜ୍ଞାପିତ ପରିଷଦ ରୁ ନୋ ଓବଜେକ୍ସନ ସାର୍ଟି ଫିକେଟ ହାସଲ କରି ବ୍ୟବସାୟ ଉଦ୍ଦେଶ୍ୟରେ ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ନା ନାହିଁ ତାହା ତଦନ୍ତ ସାପେକ୍ଷ୍ୟ ଯଦିଓ ଏନ୍ ଏ ସି ଠାରୁ କୌଣସି ପ୍ରକାର ସାର୍ଟିଫିକେଟ ନ ନେଇ କିଭଳି ଦୋକାନ ଗୃହ ନିର୍ମାଣ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ମାର୍କେଟ କମ୍ପ୍ଲେକ୍ସ ରେ ଶୌଚାଳୟ ନଥିବାରୁ ବଜାର କୁ ଆସୁଥିବା ମହିଳା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରି ପ୍ରାଣୀ ଚିକିତ୍ସା କେନ୍ଦ୍ର ରାସ୍ତା ଉପରୁ ବେ ଆଇନ୍ ଜବର ଦଖଲ ଉଚ୍ଛେଦ ସହ ଶୌଚାଳ ୟ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ବିଭିନ୍ନ ମହଲ ରେ ଦାବୀ ହୋଇଛି

What's Your Reaction?

like

dislike

love

funny

angry

sad

wow