ଧର୍ମଗଡ,ଫାର୍ମର ପ୍ରଡୁସର ଗ୍ରୁପ ର ଦକ୍ଷତା ବୃଦ୍ଧି ତାଲିମ ,
କଳାହାଣ୍ଡି: ଲୋକ ଆବଜ୍. ଇନ୍ (ପ୍ରଶାନ୍ତ କୁମାର ମାଝୀ ଙ୍କ ରିପୋର୍ଟ୍)
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ତାରାପୁର ଗ୍ରାମପଞ୍ଚାୟତ ପରିସର ସି ଏସ ପି ପ୍ଲସ ସଭାଗୃହ ଠାରେ କୃଷକ ଉତ୍ପାଦକ ଗୋଷ୍ଠୀ (ଫାର୍ମର ପ୍ରଡୁସର ଗ୍ରୁପ )ପକ୍ଷରୁ ଏ. ଏଏଫ. ସି. ଇଣ୍ଡିଆ ଲିମିଟେଡ଼ ର ସହାୟତାରେ ଦକ୍ଷତା ବୃଦ୍ଧି ତାଲିମ ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଥିଲା l ଏହି ପ୍ରଡୁସର ଗ୍ରୁପ ର ଏମ. ଡି. ମହେନ୍ଦ୍ର କୁମାର ହଂସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଶିବିର ରେ ଏ. ଏଏଫ. ସି. ଇଣ୍ଡିଆ ଲିମିଟେଡ଼ ର କର୍ମଚାରୀ ତଥା ତାଲିମଦାତା ତପନ କୁମାର ନାୟକ ଉପସ୍ଥିତ ରହି କୃଷି ଓ କୃଷକ ମାନଙ୍କ ଉନ୍ନତି କଳ୍ପେ ବିଭିନ୍ନ ସରକାରୀ ଯୋଜନା ର ସଫଳତା, କୃଷକ ସମୂହ କିଭଳି ସ୍ୱାବଲମ୍ବୀ ହେବା ସହ ଆଗାମୀ ପାଞ୍ଚ ବର୍ଷର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ଏତଦ୍ ବ୍ୟତୀତ ବ୍ଲକ ର ପ୍ରତ୍ୟେକ ଚାଷୀ ଙ୍କୁ ସାମିଲ କରି ବିଭିନ୍ନ ପ୍ରକାର ଚାଷ ସମ୍ବନ୍ଧରେ ଏବଂ କୃଷି ଉପକରଣ ପାଇବା ସୁବିଧା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ l ଏହି ଶିବିରରେ ସମାଜସେବୀ ପ୍ରଶାନ୍ତ କୁମାର ମାଝୀ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦାନ କରି ଗ୍ରୁପ ର ଏହି କାର୍ଯ୍ୟକ୍ରମ କୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହି ଏହା ଧର୍ମଗତ ବ୍ଲକ ରେ ଏକ ଆଦର୍ଶ କୃଷକ ଉତ୍ପାଦକ ଗୋଷ୍ଠୀ ଭାବେ ପରିଗଣିତ କରିବାକୁ ସମସ୍ତ ପ୍ରକାର ସହଯୋଗ କରାଯିବାକୁ କହିଥିଲେ l ଏହି ଶିବିର ରେ ନିର୍ଦେଶକ ଓ ଗୋଷ୍ଠୀର ସକ୍ରିୟ ସଭ୍ୟ ସିଦ୍ଧେଶ୍ୱର ସାହୁ, ପ୍ରେମ ପଟେଲ ପ୍ରମୁଖ ଉପସ୍ଥିତ ରହି ତାଲିମରେ ସହଯୋଗ କରିଥିଲେ l
What's Your Reaction?