ସଇଁତଲା ରେ ନୂତନ ଶିକ୍ଷାଧିକାରୀ ମମତା ମହାଡ଼ିକ ଙ୍କ କାର୍ଯ୍ୟଭାର ବହନ

Mar 7, 2025 - 20:19
 0  617
ସଇଁତଲା ରେ ନୂତନ ଶିକ୍ଷାଧିକାରୀ ମମତା ମହାଡ଼ିକ ଙ୍କ କାର୍ଯ୍ୟଭାର ବହନ

ସଇଁତଲାରେ ନୂତନ ଶିକ୍ଷାଧିକାରୀ ମମତା ମହାଡ଼ିକ ଙ୍କ କାର୍ଯ୍ୟଭାର ଗ୍ରହଣ 

ସଇଁତଲା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ସେଲମା)

ବଲାଙ୍ଗୀର ଜିଲ୍ଲା ସଇଁତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ମମତା ମହାଡ଼ିକ ଅତିରିକ୍ତ ଶିକ୍ଷା ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି  l ବର୍ତମାନ ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟରତ l ଏହା ପୂର୍ଵରୁ ସଇଁତଲା ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇଙ୍କ କର୍କଟ ରୋଗରେ ପୀଡିତ ହୋଇ ଅକାଳ ବିୟୋଗ ଘଟିଥିଲା  l ଏହି ଅବସରରେ ନୂତନ ବିଇଓ ମହାଡ଼ିକ ଙ୍କୁ ବ୍ଲକ ଶିକ୍ଷା ବିଭାଗ ତରଫରୁ ଉପଢ଼ୋକନ ଓ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା  l ଏହି ସମୟରେ ବିଆରସିସି ନାରାୟଣ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ରିତାରାଣୀ ତ୍ରିପାଠୀ, ନରେନ୍ଦ୍ର ସାହୁ, ସେକ୍ସନ ଅଫିସର ଅର୍ଜୁନ ପାଣିଗ୍ରାହୀ,ବରିଷ୍ଠ କିରାଣୀ ଅଶୋକ ସାମନ୍ତରାୟ, ଏମଡ଼ିଏମ ଡ଼ିଇଓ ବିକାଶ ସାହୁ,  ଡ଼ିଇଓ ମନମୋହନ ପୁଟେଲ, ଅଙ୍କିତା ବଗର୍ତି, ଶ୍ରଦ୍ଧାଞ୍ଜଳି ବିଶୋଇ, ସିଆରସିସି ଚିନ୍ତାମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ  l

What's Your Reaction?

like

dislike

love

funny

angry

sad

wow