ବାଇକକୁ ବାଇକ ଧକ୍କା, ୫ ଆହତ, ୩ ଗୁରୁତର

Oct 20, 2024 - 09:13
 0  45
ବାଇକକୁ ବାଇକ ଧକ୍କା, ୫ ଆହତ, ୩ ଗୁରୁତର

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡା ଡିଗ୍ରୀ କଲେଜ ଛକରେ ବାଇକକୁ ଧକ୍କା ଦେଲା ବାରକ। ଫଳରେ ପାଞ୍ଚ ଆହତ ହୋଇଥିବା ବେଳେ ୩ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଟ୍ରାଫିକ ନିୟମ ମାନୁନାହାନ୍ତି ବେପରୁଆ ଗାଡି ଚାଳକ । ଫଳରେ ଦିନକୁ ଦିନ ବଢି ଚାଲିଛି ରାସ୍ତା ଦୁର୍ଘଟଣା । ମିଳିଥିବା ସୂଚନା ପ୍ରକାରେ ଲୁଣ୍ଡୁରୁବାହାଲ ଗ୍ରାମର ସମିର ରଣା ଏବଂ ଫକିର ରଣା ଦ୍ରୁତ ବେଗରେ ଘଣ୍ଟାପଡ଼ା ମୁଖ୍ୟ ରାସ୍ତାରେ ଆମ୍ବଗାଁ ଦିଗକୁ ଯାଉଥିଲେ l ଅପର ପଟରୁ ଘଣ୍ଟାପଡାକୁ ଆସୁଥିବା ଦିଗୁନମାଳ ଗ୍ରାମର ପବିତ୍ର ପ୍ରଧାନଙ୍କ ବାଇକ ସହିତ ଧକ୍କା ହେବା ଫଳରେ ଗାଡିରୁ ସମସ୍ତେ ଛିଟିକି ପଡି ଆହତ ହୋଇଛନ୍ତି l ପାଖରେ ବାଲିପଟା ଗ୍ରାମର ତିନିଜଣ ଠିଆ ହୋଇଥିବା ବେଳେ ଜଣେ ମହିଳା ଏବଂ ତାଙ୍କ ଶିଶୁ ସାମାନ୍ୟ ଆହତ ହୋଇଛନ୍ତି l ଖବର ପାଇ ଘଟଣାସ୍ଥଳରେ ଘଣ୍ଟାପଡା ଥାନା ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଘଣ୍ଟାପଡା ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଗୁରୁତର ସମିର ଏବଂ ଫକିରଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଅପରପକ୍ଷରେ ପବିତ୍ରଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବାରୁ ସଙ୍ଗେସଙ୍ଗେ ଘରୋଇ ଗାଡିରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୂରେ ସ୍ଥାନ ନ ମିଳିବାରୁ ବୁର୍ଲାସ୍ଥିତ ଘରୋଇ ଚିକିତ୍ସାଳୟାରେ ଭର୍ତ୍ତୀ କରାଯାଉଛି l ପବିତ୍ରଙ୍କ ମୁଣ୍ଡରେ ମାଡ଼ ହୋଇଥିବାରୁ ତାଙ୍କର ମୁଣ୍ଡ ଅପରେସନ କରାଇ ଆଇସିୟୁରେ ରଖାଯାଇଛି । ପବିତ୍ରଙ୍କ ଚେତା ଏ ପର୍ଯ୍ୟନ୍ତ ଫେରିନ ଥିବା ପ୍ରକାଶ କରିଛନ୍ତି ତାଙ୍କର ସମ୍ପକୀୟ।ଏନେଇ ଘଣ୍ଟାପଡା ଥାନାରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଛି l

What's Your Reaction?

like

dislike

love

funny

angry

sad

wow