ବାଲିଗୁଡା  ଉପଖଣ୍ଡ ର ବିଭିନ୍ନ ଶୈବପୀଠ  ଜାଗର ଯାତ୍ରା ପାଳିତ

Feb 27, 2025 - 12:55
 0  5

ବାଲିଗୁଡା  ଉପଖଣ୍ଡ ର ବିଭିନ୍ନ ଶୈବପୀଠ  ଜାଗର ଯାତ୍ରା ପାଳିତ ବାଲିଗୁଡା:

ଲୋକ୍ ଆ ଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)

କନ୍ଧମାଳ ଜ଼ିଲ୍ଲାରେ ବାଲିଗୁଡା ଉପଖଣ୍ଡ ରହିଛି ଶୈବପୀଠ ତନ୍ମଧ୍ୟରୁ ବାଲିଗୁଡା ର ବିରୂପାକ୍ଷ, ରାମେଶ୍ୱର, ଧବଳେଶ୍ୱର, ତୁମୁଡିବନ୍ଧ ଜଳେଶପଟ୍ଟା ର ଜଳେଶ୍ୱର, କ. ନୂଆଗାଁ ର ରାମେଶ୍ୱର ଦାରିଙ୍ଗବାଡି ସୋନପୁରରେ ରହିଥିବା ସର୍ବ ପୁରାତନ ଶୈବପୀଠ ଅନ୍ୟତମ l ମହା ଶିବ ରାତ୍ରୀ ଅବସରରେ ଏସବୁ ପୀଠ ରେ ଜାଗର ଯାତ୍ରା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଯାଇଛି lସୋନପୁର ଶୈବ ପୀଠ ଲୋକକଥା ଓ  କିମ୍ବଦନ୍ତୀ  ଅନୁଯାୟୀ ୧୪00 ସାଲରେ ଆଦିବାସୀ ମାନେ ଜମିରେ ହଳ କରୁଥିବା ବେଳେ ଲଙ୍ଗଳ ମୁନରେ ଲାଗିଥିଲା ବାବା ପଞ୍ଚାନନଙ୍କ ଲିଙ୍ଗ ଏହାପରେ ପରେ ଦଣ୍ଡସେନା ଓ  ବେହେର୍ଦାଲାଈ ବଂଶ ଧରଙ୍କୁ ସ୍ବପ୍ନl ଦେଶ ପରେ ଲିଙ୍ଗ ଠାବ କରାଯାଇଥିଲା ଓ  ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା l ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ କାଉଡିଆ କାର୍ତିକ ଓ ମାଘରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି l ବାବା ପଂଚାନନଙ୍କ ମହିମା ଅପାର ବହୁ ମାନସିକଧାରୀ ବାବାଙ୍କୁ ଦର୍ଶନ କରିବାକୁ ମନ୍ଦିରକୁ ଆସନ୍ତି l ବାବା ମଧ୍ୟ ଭକ୍ତଙ୍କ ମନବାଞ୍ଛା ପୂରଣ କରନ୍ତି l ବାବାଙ୍କ ମହିମା ଚାରିଆଡେ ବିଖ୍ୟାତ ରହିଛି l ଜ଼ିଲ୍ଲା ସମେତ ଜ଼ିଲ୍ଲାବାହାରୁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ l ମହା ଶିବରାତ୍ରରେ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୁଏ l  ଦୂରାସାଧ୍ୟ ରୋଗ ବ୍ୟାଧି ହୋଇଥିବା ରୋଗୀ ବାବାଙ୍କ ଶରଣପନ୍ନ ହେଲେ ରୋଗୀ ଆରୋଗ୍ୟ ହୁଏ ଅପୁତ୍ରିକ ପୁତ୍ର ଲାଭ କରେବୋଲି ବିଶ୍ୱାସ ରହିଛି l  ସୋନପୁର ଗାଁ ଟି ଉପାନ୍ତ ଅଞ୍ଚଳରେ ହୋଇଥିବାରୁ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି ଭିତ୍ତି ଭୂମିର ବିକାଶ ହୋଇନାହିଁ l ରାଜ୍ୟ ପର୍ଯ୍ୟଟନ ବିଭାଗ ଦୃଷ୍ଟିଦେଲେ ପର୍ଯଟନ ଶିଳ୍ପର  ବିକାଶ ହେବା ସହିତ ମନ୍ଦିରର ଉନ୍ନତି ହେବ ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି  ଗାଁ ର  ବରିଷ୍ଠ ନାଗରିକ   ତ୍ରିନାଥ ବଡାୟକ   ମନ୍ଦିର ପୂଜକ  କାର୍ତିକ ପୂଜାରୀ  l

What's Your Reaction?

like

dislike

love

funny

angry

sad

wow