ସର୍ଟ ସର୍କିଟ ଲାଗି ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ,ଅଗ୍ନିଶମ ବିଭାଗ ଆୟତ୍ତ କଲେ ନିଆଁ।

Feb 27, 2025 - 12:28
 0  7
ସର୍ଟ ସର୍କିଟ ଲାଗି ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ,ଅଗ୍ନିଶମ ବିଭାଗ ଆୟତ୍ତ କଲେ ନିଆଁ।

ସର୍ଟ ସର୍କିଟ ଲାଗି ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ,ଅଗ୍ନିଶମ ବିଭାଗ ଆୟତ୍ତ କଲେ ନିଆଁ।

ଧର୍ମଗଡ଼: ଲୋକ୍ ଆଵାଜ୍.ଇନ୍(ସନତ କୁମାର ପ୍ରଧାନୀ)

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମ ର ଘର ମାଲିକ ରଣସାଇ ପାତ୍ର ଙ୍କ ଘରେ ଭଡା ରେ ରହୁଥିବା ଶିକ୍ଷକ ଆଲୋକ କୁମାର ମହାଳିକ ଙ୍କ ଘରେ ସର୍ଟ ସର୍କିଟ ଲାଗି ସୋମବାର ସକାଳ ୧୦ ଘଣ୍ଟା ସମୟରେ ହଠାତ ନିଆଁ ଲାଗିବା ଫଳରେ ଘରେ ଥିବା ଟିଭି, ଫ୍ରିଜ, ଗଡରେଜ ସମେତ ଆସବାବପତ୍ର ରେ ନିଆଁ ଲାଗି ନଷ୍ଟ ହୋଇଥିବା ଜଣାପଡିଛି। ତେବେ ଏହି ସମୟରେ ଘରେ ଥିବା ଶିକ୍ଷକ ଙ୍କ ପତ୍ନୀ ଭାଗ୍ୟଶ୍ରୀ ମହାଳିକ ଓ ୪ ବର୍ଷ ର ଶିଶୁ କନ୍ୟା ଆଭା ମହାଳିକ ଅଳ୍ପକେ ନିଆଁ ଦାଉ ରୁ ରକ୍ଷା ପାଇଛନ୍ତି। ନିଆଁ ଲାଗିବା ପରେ କୋକସରା ଦମକଳ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ, ମନୋଜ କୁମାର ବିଶ୍ବାଳ, ସତ୍ୟ ଶିବ ମାଝୀ, ଦିଗାମ୍ବର ଶବର, ଲଳିତ ପଟେଲ, ହେମନ୍ତ ନାଏକ ନିଆଁ ଲିଭାଇବା କାର୍ଯ୍ୟ ରେ ନିୟୋଜିତ ଥିଲେ।ତେବେ ନିଆଁ ରେ ଶିକ୍ଷକ ଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଶିକ୍ଷକ ଆଲୋକ ମହାଳିକ ଅଭିଯୋଗ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow