ବାଲିଗୁଡା ରେ ରାବଣ ପୋଡି l ଆତସବାଜି ରେ କମ୍ପିଲା ମିନିଷ୍ଟାଡିୟମ

କନ୍ଧମାଳ: ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ l ବିଜୟଦଶମୀ ଅବସରରେ ଚାରିଆଡେ ପାର୍ବଣ ର ମାହୋଲ ଚାଲିଥିବା ବେଳେ ବାଲିଗୁଡା ର ବିଭିନ୍ନ ପୂଜା ମଣ୍ଡପ, ଶକ୍ତିପୀଠ ଗୁଡିକ ରେ ମହାମାୟୀ ଙ୍କ ପୂଜାର୍ଚ୍ଚନା ମହା ଆଡମ୍ବର ରେ ଚାଲିଥିବା ବେଳେ ବାଲିଗୁଡା ର ଅଧୁଷ୍ଠାତ୍ରୀ ଦେବୀ ମାଆ ପାଟଖଣ୍ଡା ଙ୍କ ପୀଠ ରେ ଜଗତଜନନୀ ମାଆ ଦୁର୍ଗାଙ୍କ ପୂଜା ରୀତିନୀତି ରେ ଚାଲୁଅଛି l
ଆଜି ବିଜୟା ଦଶମୀ ଅବସରରେ ମାଆ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରାବଣ ପୋଡି ସ୍ଥାନୀୟ ମିନି ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇ ଯାଇଛି l କମିଟି ର ସଭାପତି ଲଳିତ ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ ଙ୍କ ନେତୃତ୍ୱରେ ଆୟୋଜିତ ରାବଣ ପୋଡି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ବ୍ଲକ ବି. ଜେ. ଡି ସଭାପତି ଟୁନା ଦାସ ଯୋଗଦେଇ ରାମ ବାଣ ରେ ଅଗ୍ନି ସଂଯୋଗ କରିଥିଲେ l
ମୁଖ୍ୟ ଅତିଥି ଟୁନା ଦାସ ଙ୍କୁ ରାଜକୀୟ ସମ୍ମାନ ର ସହିତ ପାଛୋଟି ଆଣିଥିଲେ ଦୁର୍ଗାପୂଜା କମିଟି ର ସଦସ୍ୟଗଣ l ପାରମ୍ପରିକ ଢୋଲ, ନିଶାନ, ମହୁରୀ ର ତାକେ ତାକେ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ ସଭାପତି ଲଳିତ କୁମାର ପାତ୍ର ଓ ସମ୍ପାଦକ ଶିବରାମ ପ୍ରଧାନୀ l ରାବଣ ପୋଡି ବେଳେ ଆତଶବାଜି ରେ ପ୍ରକମ୍ପିତ ହୋଇଥିଲା ମିନି ଷ୍ଟାଡିୟମ ସମେତ ବାଲିଗୁଡା ସହର ପରେ ଭୁବନେଶ୍ୱର ରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୂଚନାଯୋଗ୍ୟ ଯେ ଶବ୍ଦ ପ୍ରଦୂଷଣ ଓ ଷ୍ଟାଡିୟମ ରେ ଯାତ୍ରା ଅlୟୋଜନ ନେଇ ବାଲିଗୁଡା ର ପ୍ରତିବାନ କ୍ରୀଡାବିତ ମାନେ ତୀବ୍ର ବିରୋଧ କରିଥିଲେ l
What's Your Reaction?






