ଘଣ୍ଟାପଡ଼ା ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାବଣ ଦରବାରର ଚତୁର୍ଥ ସଂଧ୍ୟାରେ ଇନ୍ଦ୍ରଜୀତ ବଧ।

କଣ୍ଟାମାଳ: ୧୨/୧୦ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲ କଣ୍ଟାମାଳ ବ୍ଳକଅନ୍ତର୍ଗତ ଘଣ୍ଟାପଡ଼ାଠାରେ ରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ରାବଣ ଦରବାରର ଚତୁର୍ଥ ସଂଧ୍ୟାରେ ରାବଣଙ୍କ ଅନୁମତି କ୍ରମେ ରାଜକୀୟ ଅତିଥିଭାବେ ଘଣ୍ଟାପଡ଼ା ଜୋନର ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକର ଉପାଧ୍ୟକ୍ଷ ଅଜିତ କୁମାର ସାହୁ, ପୂର୍ବତନ କଣ୍ଟାମାଳ ବ୍ଳକର ଅଧ୍ୟକ୍ଷ ତଥା ଆଦିବାସୀ ନେତା ସାମନ୍ତ ମାଝୀ, ଘଣ୍ଟାପଡ଼ା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରୀତା କହଁର, ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ବିଜେପି ଉପସଭାପତି ଚିତ୍ତରଂଜନ ପାତ୍ର, କନ୍ଧମାଳ ଜିଲ୍ଲା ବିଜେପି ସଂପାଦକ ଦେବେନ୍ଦ୍ର କୁଦେଇ, ସମାଜସେବୀ ଅଭିରାମ ରଣା ଓ ଘଣ୍ଟାପଡ଼ା ଗ୍ରାମ୍ୟ କମିଟି ଉପଦେଷ୍ଠା ସୁଶାନ୍ତ ମାଝୀ ପ୍ରମୁଖ ଯୋଗ ଦେଇ ରାମାୟଣ ଚରିତ୍ରରୁ କିଛି ଅଂଶର ଉଦାହରଣ ଦେଇ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଏକତାର ରାହା ବଜାୟ ରଖି ସୁସ୍ଥ ମାନସିକତାର ସହିତ ସମୟର ମୂକାବିଲାର ଆବଶ୍ୟକତା ରହିଥିବା ଉପରେ ବକ୍ତବ୍ୟ ରଖିଥିଲେ।
ଗତବର୍ଷ ଉକ୍ତ ମଞ୍ଚରେ ସମ୍ମାନୀତ ଅତିଥି ଭାବେ ଫିରିଙ୍ଗିଆ ବ୍ଳକର ଉପାଧକ୍ଷ ଅଜିତ ସାହୁ ଯୋଗ ଦେଇ ମଞ୍ଚ ଓ ଦରବାରର ଉନ୍ନତିକରଣ ପାଇଁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ। ତାହା ବାସ୍ତବ ରୂପରେ ଚଳିତବର୍ଷର ଦରବାରର ଚତୁର୍ଥ ସଂଧ୍ୟାରେ ରାବଣଙ୍କ ସମ୍ମୁଖରେ କମିଟୀ ସଭାପତି ଗିରିଧର ଦେହୁରୀ ଓ ସଦସ୍ୟଙ୍କୁ ଚେକ୍ ଆକାରରେ ପ୍ରଦାନ କରିଥିଲେ। କଥା ଦେଇ କଥା ରଖିଥିବାରୁ ଉପସ୍ଥିତ ଦର୍ଶକ କରତାଳିଦେଇ ବହୁ ପ୍ରଶଂସା କରିଥିଲେ। ଦର୍ଶକମାନେ ଉପସ୍ଥିତି ରହି ମା' ଭୌରବୀ କଳା ପରିଷଦ ଦ୍ବାରା ପରିବେଷିତ ନାଟକ ଇନ୍ଦ୍ରଜିତ ବଧକୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ତା ସହ ମୀନାମନାରର ରାମ ଦୋଳି, ବ୍ରେକଡ୍ୟାନ୍ସକୁ ଛୋଟ ଶିଶୁଙ୍କ ବୋଟଚାଳନା, ଗଣେଶ କାର ଚାଳନା, ମିକିମଙ୍କି ସହିତ ଚଣା ଚଟପଟି,ଆଇସ୍କ୍ରିମ ଏବଂ ମହିଳାଙ୍କ ପାଇଁ ହରେକ୍ ମାଲ ବେଶ୍ ଦର୍ଶକଙ୍କ ପାଇଁ ମିନିବଜାର ପାଲଟିଥିଲା। ଦରବାରର ସଭାପୂର୍ବରୁ ମହାରାଜ ରାବଣଙ୍କ ଆଦେଶ କ୍ରମେ ସୂର୍ଯ୍ୟନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ବିରେନ୍ଦ୍ର ପ୍ରସାଦ ସାହୁ ସଭା ପରିଚାଳନା କରିଥିଲେ।ସୁପ୍ରସିଦ୍ଧ କଳାକାର ମନୋଜ ମହାନ୍ତିଙ୍କ ରାବଣ ଭୂମିକାକୁ ଦର୍ଶକ ବହୁ ପ୍ରଶଂସା କରିଥିଲେ। ପୋଲିସ ଓ ପୂଜା କମିଟି ସଦସ୍ୟଙ୍କ ସୁରକ୍ଷାରେ ଦର୍ଶକ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ କୁନିକୁନି କଳାକାରଙ୍କ ସାଂସ୍କୃତିକ ନାଚଗୀତ ଓ ନାଟକକୁ ଉପଭୋଗ କରିଥିଲେ।
What's Your Reaction?






