ବାଲିଗୁଡା ର ମହାମାୟୀ ପୀଠ ରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତ ଯଜ୍ଞ ଅନ୍ନ ଯଜ୍ଞ ଅନୁଷ୍ଠିତ ବହୁ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ l

Nov 9, 2024 - 22:11
 0  50
ବାଲିଗୁଡା ର ମହାମାୟୀ ପୀଠ ରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତ ଯଜ୍ଞ  ଅନ୍ନ ଯଜ୍ଞ ଅନୁଷ୍ଠିତ ବହୁ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ l

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗlମୁଣ୍ଡାସ୍ଥିତ ମହାମାୟୀ ପୀଠ ରେ ଶନିବାର ଦିନ ବିଶ୍ୱ ଶାନ୍ତି ମହାଯଜ୍ଞଆରମ୍ଭ ହୋଇ ଯାଇଛି l

ଶୁକ୍ର ବାର ସକାଳଠାରୁ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା ଆଡମ୍ବର ରେ ହୋଇ ଯାଇଛି ଲ ମହାମାୟୀ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଷ୍ଟ ପ୍ରହର ନାମ ଯଜ୍ଞ ଅନ୍ନ ଯଜ୍ଞ ଜ୍ଞାନ ଯଜ୍ଞ ଚାଲୁରହିବ l  ଆଜି ସକାଳୁ  ଅଧିଷ୍ଠାତ୍ରୀ ଦେବୀ ମାଆ ମହାମାୟୀ,ପାଟ୍ଟଖଣ୍ଡା ବରାଳଦେବୀ ଙ୍କ ନିକଟରେ ପୂଜାର୍ଚ୍ଚ ନା ପରେ  ମହାମାୟୀ ଦେବୀଙ୍କ ପ୍ରାଙ୍ଗଣରେ ଅଷ୍ଟ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ 10 ରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି ବିଶେଷ କରି ମହିଳା ସଂକୀର୍ତ୍ତନ ଦଳ ର କୀର୍ତ୍ତନ ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁ ଏବଂ ଦର୍ଶକ ଙ୍କ ଭିଡ଼ ଜମୁଛି ଲ ବାଲିଗୁଡା ଅଞ୍ଚଳ ର କୋଣ ଅନୁକୋଣ ବହୁ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି l

What's Your Reaction?

like

dislike

love

funny

angry

sad

wow