ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଯାପିତ ......ସ୍ଥାନୀୟ କଳାକାର ଙ୍କ ନାଚରେ ଦୁଲୁକିଲା ମଞ୍ଚ

Jan 9, 2025 - 20:33
 0  36
ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଯାପିତ ......ସ୍ଥାନୀୟ କଳାକାର ଙ୍କ ନାଚରେ ଦୁଲୁକିଲା ମଞ୍ଚ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ନନ୍ଦି କିଶୋର ଭୋଇ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡ଼ିଆ ଠାରେ ୨୭ ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଙ୍କ ନେତୃତ୍ବରେ କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଘୁମୁରା ତାଳେ ତାଳେ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚ ରେ ପହଞ୍ଚିଥିଲା।ମଞ୍ଚ ରେ ମଶାଲ ପହଂଚିବା ପରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଡ଼ିଓ ଦେବେନ୍ଦ୍ର ସାମଲ, ଜିଲ୍ଲା ପରିଷଦ କ ଯୋନ ସଭ୍ୟ ମହେନ୍ଦ୍ର ରଣା, ଖ ଯୋନ ସଭ୍ୟ ସୁରେଶ ଚୌଧୁରୀ, ତହସିଲଦାର ଅରୁଣ ବର୍ଗେ, ସଦର ସରପଞ୍ଚ ସ୍ୱର୍ଣ୍ଣ ଲତା ସାହୁ, ବ୍ଳକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ,ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ ଯୋଗ ଦେଇ ମଞ୍ଚ ଉଦଘାଟନ କରିଥିଲେ।

 ସନ୍ଧ୍ୟାରେ ପୁରସ୍କାର ବିତରଣ ସମାରୋହରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ ଙ୍କ ଅଧ୍ୟକ୍ଷତାରେ , ମୁଖ୍ୟ ବକ୍ତା ଭାବରେ କେସିଙ୍ଗା କେଲେଜ ଅଧ୍ୟକ୍ଷ ସୁଶାନ୍ତ ପାଢି ,ସମ୍ମାନିତ ଅତିଥି ଭାବେ,ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କର୍ଲମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ,ସମିତି ସଭ୍ୟ ସଂଘ ସଭାପତି ନିମାଇଁ ଚରଣ ବେହେରା, ପ୍ରମୁଖ ଯୋଗ ଦେଇ କଳାହାଣ୍ଡି ଉତ୍ସବ ର ଉଦେଶ୍ୟ ତଥା ଲୋକ କଳା ର ସୁରକ୍ଷା ଓ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକ ର ସଫଳ ବ୍ୟକ୍ତିତ୍ୱ ସାମାଜିକ କର୍ମୀ ଏସ୍ ସୁଜାତା, ସଫଳ ଖୁଦ୍ର ସଷ୍ୟ ଚାଷୀ ବଇଦାର ରଣା , ଆଶା କର୍ମୀ ମିନା ଗହୀର, ଅଙ୍ଗନୟାଡି କର୍ମୀ କୂଳବତୀ ସୁନା ଓ ସହାୟିକା ଲଳିତା ସାହୁ ,ଘୁଡୁକା ବାଦକ ରାଧେ ପୁଟେଲ,ଜୀବନ ବ୍ୟାପୀ ସାଧନା ପାଇଁ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପବିତ୍ର ମୋହନ ପଶା,ଶ୍ରେଷ୍ଠ କର୍ମଚାରୀ ପ୍ରଦୀପ ମାଝୀ,ଶ୍ରେଷ୍ଠ ଶିକ୍ଷୟିତ୍ରୀ ଗିତାଞ୍ଜଳି ମିଶ୍ର, ସ୍ୱାବଲମ୍ବୀ କାରିଗର ଟିକେମନ ସାହୁ ଓ କ୍ଷୀରୋଦ କୁମାର ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ରୀତାଞ୍ଜଳି ଶବର ଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ,ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ/ଛାତ୍ର ଙ୍କୁ ପୁରସ୍କାର ପ୍ରଦାନକରାଯାଇଥିଲା। ସେହିପରି ମାଟ୍ରିକ ପରୀକ୍ଷାରେ ବ୍ଲକ ଟପର ହେଇଥିବା କୀର୍ତି ପ୍ରଜ୍ଞା ପାଢ଼ୀ, ଯୁକ୍ତ ଦୁଇ ପରୀକ୍ଷା ରେ ବ୍ଲକ ଟପର ପୁରୁଷୋତ୍ତମ ବିଭାର ଓ ଯୁକ୍ତ ତିନି ପରୀକ୍ଷାରେ ଟପର ରଶ୍ମିରେଖା ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା।ଏହି ମହୋତ୍ସବ ରେ କୃଷିବିଭାଗ, ଉଦ୍ୟାନବିଭାଗ,ଅଗ୍ନିଶମବିଭାଗ,ଆଇସିଡିଏସବିଭାଗ,କୃଷିଉତ୍ପାଦକଦଳ,ଆଇ.ଜି.ଏସ.ଏସ.ଏସ ଏନଜିଓ,ଜୟ ଥୁଆମୁଲ କୃଷି ଉତ୍ପାଦକ କମ୍ପାନୀ,ପ୍ରାଣୀ ଚିକିତ୍ସା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଲାଗିଥିଲା ।ବିଳମ୍ବିତ ରାତି ଯାଏଁ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା।ସଭା କାର୍ଯ୍ୟ ରେ ସାମ୍ବାଦିକ ନରୋତ୍ତମ ସେଲମା ସଂଯୋଜନା କରିଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମ ଟିକୁ ମଧୁସୂଦନ ବାଗ ଓ ଭାଗିରଥି ଷଡ଼ଙ୍ଗୀ,ପ୍ରଦୀପ କୁମାର ସାହୁ, ପରିଚାଳନା କରିଥିଲେ। 

ପୁରସ୍କାର ବିତରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଉଜ୍ଜ୍ୱଳ କୁମାର ସାହୁ,ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ ମିଶ୍ର , ସେକ୍ସନ ଅଫିସର ଶିବନନ୍ଦ ପାତ୍ର, ଏପିଓ ଲିଜା ବରିହା, ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଅନସୂୟା ଭଞ୍ଜ,ପ୍ରଦୀପ କୁମାର ମାଝୀ ,ଆଦିବାସୀ ଯୁବ ନେତା ନନ୍ଦିକିଶୋର ଭୋଇ, ନବୀନ ସାହୁ,ଗୋପବନ୍ଧୁ ସାହୁ,କୁଞ୍ଜ ସାହୁ, ଓଡିଶା ଜୀବନ ଜୀବିକା ମିଶନ ବିପିଏମ୍ ସରୋଜିନୀ ପ୍ରଧାନ,ପିଇଓ ବସନ୍ତ ମିଶ୍ର,କର୍ଲାମୁଣ୍ଡା ଫଣ୍ଡି ଅଧିକାରୀ ଥବିର ବାରିହା,ମିଶନ ଶକ୍ତି କର୍ମ କର୍ତ୍ତା, ସମସ୍ତ ସିଆରପି,ଏମବିକେ ,ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ,ସର୍ବୋପରି ମହୋତ୍ସବ ରେ ପରୋକ୍ଷ, ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିବା ସମସ୍ତଙ୍କୁ ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ କୁନି ସାହୁ କୃତଜ୍ଞତା ଜଣେଇଛନ୍ତି।

 

What's Your Reaction?

like

dislike

love

funny

angry

sad

wow