ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା, ଲିଙ୍ଗ ନିରୂପଣ ରୋକିବା କୁ ତୁମୁଡିବନ୍ଧ ଗୋଷ୍ଠୀ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ର ଅଭିନଵ ପ୍ରୟାସ,ନିଆରା ଢଙ୍ଗରେ କଳାକାର ଙ୍କ ସାମାଜିକ ବାର୍ତ୍ତା ପ୍ରଦାନ

ବାଲିଗୁଡ଼ା: ଲୋକ୍ ଆବାଜ୍ .ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
ବାଲ୍ୟବିବାହ, ଭଳି କୁସ୍ଥିତ ପ୍ରଥା ଆମ ସମାଜ ରେ ପ୍ରଚଳିତ ରହିଛି ଏବଂ କନ୍ୟା ଭୃଣ ହତ୍ୟା ଲିଙ୍ଗ ନିରୂପଣ ଭଳି ବେଆଇନ କାର୍ଯ୍ୟ କଳାପ ଯୋଗୁଁ ଆମ ସମାଜ ନିନ୍ଦିତ ହେଉଛି l ବାଲ୍ୟ ବିବାହ, ଲିଙ୍ଗ ନିରୂପଣ, କନ୍ୟା ଭୃଣ ହତ୍ୟା ରୋକିବା ସହ ପରିବାର ନିୟୋଜନ, ଗର୍ଭବତୀ ପଞ୍ଜିକରଣ, ଟୀକାକାରଣ, ଗର୍ଭବତୀ ସମୟରେ ପରୀକ୍ଷା , ବିଷୟରେ ଲୋକନୃତ୍ୟ ଲୋକ ସଂଗୀତ ଓ , ପଥ ପ୍ରାନ୍ତ ନାଟକ ଉପାନ୍ତ ବେଲଘର ଓ ଝିରିପାଣି ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ ହୋଇ ଯାଇଛି l ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗ ର ନିର୍ଦ୍ଦେଶ କ୍ରମେ ତୁମୁଡିବନ୍ଧ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏମ. ଏଚ. ୟୁ ଡାକ୍ତର ସୁଶାନ୍ତ କୁମାର ପାତ୍ର ଓ ତୁମୁଡିବନ୍ଧ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବିନ୍ଦୁ ଲତା ପ୍ରଧାନ ଙ୍କ ଉପସ୍ଥିତି ରେ ନିଆରା ଢଙ୍ଗରେ କଳାକାର ଙ୍କ ସାମାଜିକ ବାର୍ତ୍ତା lକନ୍ଧମାଳ ଜ଼ିଲ୍ଲା ରେ ଦିନକୁ ଦିନ ବାଲ୍ୟ ବିବାହ ଭଳି ଘୃଣ୍ୟ ପ୍ରଥା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଜ଼ିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି l
କନ୍ଧମାଳ ଜ଼ିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର କଳାକାର ମାନଙ୍କ ଦ୍ୱାରା ଏହି ସଂସ୍କାରଧର୍ମୀ ପଥପ୍ରାନ୍ତ ନାଟକ, ମନୋରଞ୍ଜନ ମାଧ୍ୟମ ରେ ଜନ ସାଧାରଣ ଙ୍କୁ ସଠିକ ବାର୍ତ୍ତା ଦେବାକୁ ଯାଇ ଯନ୍ତୁପତି ଯମରାଜ ଓ ଚିତ୍ରଗୁପ୍ତ ଭୂମିକା ରେ ଅବତୀର୍ଣ୍ଣ ହୋଇ ଲୋକଙ୍କୁ ସଚେତନ କରୁଛନ୍ତି ଏହି କାର୍ଯ୍ୟ କ୍ରମ ରେ ଅଙ୍ଗନବାଡି କର୍ମୀ ଆଶା କର୍ମୀ କିଶୋରୀ ବାଳିକା ସମେତ ଗ୍ରାମବାସୀ ଉପସ୍ଥିତ ରହି ଏହି ସଂସ୍କାର ଧର୍ମୀ ପଥ ପ୍ରାନ୍ତ ନାଟକ କୁ ଶେଷ ପର୍ଯ୍ୟନ୍ତ ଦେଖି ବହୁତ ପସନ୍ଦ କରୁଛନ୍ତି lଗ୍ରାମାଞ୍ଚଳ ରେ ବାଲ୍ୟ ବିବାହ କୁ ରୋକିବା ପାଇଁ ସମୂହ ଶପଥ ପାଠ ମଧ୍ୟ କରାଯାଇଛି ଅନୁଷ୍ଠାନ ର ସମ୍ପାଦକ ଯୁବ ନାଟ୍ୟକାର ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ଏହି ପଥପ୍ରାନ୍ତ ନାଟକ ର ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ରେ ବରିଷ୍ଠ କଳାକାର ଅଶୋକ ଦଣ୍ଡସେନା ଓ କ୍ଷୀରୋଦ ଦଣ୍ଡସେନା ନୃତ୍ୟ ନିର୍ଦ୍ଦେଶନା ଭାର ବହନ କରିଥିଲେ, କଳାକାର ଙ୍କ ନିଖୁଣ ଅଭିନୟ ରେ ଗ୍ରାମବାସୀ ବିମୋହିତ ହେଉଛନ୍ତି l
What's Your Reaction?






