ବିଧାୟକ ଙ୍କ ଗାଁ ରେ ନିମ୍ନ ମାନର ରାସ୍ତା କାମ l ଡାମେରୀ କିଆ - ସାଇନ ପଡ଼ା ରାସ୍ତା ପାଲଟିଛି ମରଣ ଜନ୍ତl

Sep 18, 2024 - 11:17
 0  48
ବିଧାୟକ ଙ୍କ ଗାଁ ରେ ନିମ୍ନ ମାନର ରାସ୍ତା କାମ l ଡାମେରୀ କିଆ - ସାଇନ ପଡ଼ା ରାସ୍ତା ପାଲଟିଛି ମରଣ ଜନ୍ତl

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ରାସ୍ତା ପାଲଟିଛି ମରଣଜନ୍ତା l ବାଲିଗୁଡା ବିଧାୟକ ଙ୍କ ଗାଁ କୁ ଅର୍ଥାତ୍ ଡାମେରୀକିଆ ଛକ ଠାରୁ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ନିଜ ଗାଁ ସାଇନ୍ ପଡ଼ା କୁ ସଂଯୋଗ କରୁଥିବା ରାସ୍ତା ଅତି ନିମ୍ନ ମାନର l ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧିନ ରାସ୍ତା ଅତି ନିମ୍ନ ମାନର ପୋଲ ପାର୍ଶ୍ଵରେ ମାଟିଖାଇ ଯାଇଛି ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତା ଟି ପଡି ରହିଛି l ପୁର୍ବ ସରକାର ସମୟରେ ଏହି ରାସ୍ତା ନିର୍ମାଣ ହୋଇ ଥିଲା ଏହି ରାସ୍ତା ଦେଇ ବିଧାୟକ ମହୋଦୟ ନିଜ ଗାଁ କୁ ଯାତାୟତ କରୁଥିଲେ ମଧ୍ଯ ରାସ୍ତା ପ୍ରତି କେମିତି ନଜର ପଡୁନି l

ନିଜ ସରକାର ସମୟରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିକାଶ କରି ପାରିଲେନି କିନ୍ତୁ ବର୍ତ୍ତମାନ ବିଜେପି ସରକାର ରେ ଆଗକୁ ଆସି ବିରୋଧି ଦଳ ର ଭୂମିକା ନିଭାଇଛନ୍ତି ଏଵଂ ବିକାଶ କରିବା ପାଇଁ ତତ୍ପରତା ଦେଖାଉଛନ୍ତି l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଅନେକ ସମସ୍ୟା କଥା ବିଧାନସଭା ରେ ପ୍ରଶ୍ନ କରୁଛନ୍ତି ତେବେ ନିଜ ଗାଁ ସମସ୍ୟ ନିଜ ଅଞ୍ଚଳ ରେ ନିଜ ସରକାର ଅମଳ ରେ ହୋଇଥିବା ନିମ୍ନ ମାନର ରାସ୍ତା ଘାଟ ସମସ୍ୟା ପ୍ରତି ଶୁଭଦୃଷ୍ଟି ଦେଇ ବିଧାନ ସଭାରେ ପ୍ରଶ୍ନ କରିବାକୁ ଅଞ୍ଚଳବାସୀ ବିଧାୟକ ଙ୍କୁ ନିବେଦନ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow