ବାଲିଗୁଡ଼ାରେ ସୁଭଦ୍ରା ଯୋଜନା ଶୁଭାରମ୍ଭ। ମହିଳା ଙ୍କ ମନରେ ଖୁସିର ଲହର l

Sep 18, 2024 - 13:54
 0  36

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କଥା ଦେଇ କଥା ରଖିଲେ ସରକାର l ଗତ ସାଧାରଣ ନିର୍ବାଚନ ରେ ଇସ୍ତାହାର ରେ ଭାରତୀୟ ଜନତା ପାର୍ଟି ମହିଳା ଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ମହିଳା ଙ୍କ ଖାତା କୁ ପଚାଶ ହଜାର ଟଙ୍କା ଦେବାକୁ କହିଥିଲେ ଆଜି ତାହା ସାକାର ହୋଇଛି l ଆଜି ଭାରତର ପ୍ରଧାନମନ୍ତ୍ରୀ ମୋଦି ଜୀ ଙ୍କ ଜନ୍ମ ଦିନରେ ଏନ୍, ଡି, ଏ ପି ସରକାର ଙ୍କ ତୃତୀୟ ପାଳି ର ଶହେ ଦିନ ପୂର୍ତ୍ତି ଅବସରରେ ମୋଦୀ ଜୀ ଭୁବନେଶ୍ୱର ଆସି ମୂଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଉପ ମୂଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, କେ, ବି, ସିଂ ଦେଓ ସମସ୍ତ ମନ୍ତ୍ରୀ ପରିଷଦ ବିଧାୟକ ଙ୍କ ଉପସ୍ଥିତି ରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ହୋଇ ଥିଲା l ଆଜି ରାଜ୍ୟ ବ୍ୟାପୀ ଏହି ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ବାଲିଗୁଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ହୋଇଥିଲା l ମୂଖ୍ୟ ଅତିଥି ଭବେ କଂଧମାଳ ସାଂସଦ ଙ୍କ ବ୍ଲକ୍ ପ୍ରତିନିଧି ରଞ୍ଜିତ ସାହୁ ଏନ୍ ଏ ସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ସି ଡି ପି ଓ କ୍ରୀଷ୍ଣା ପଣ୍ଡା ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ ବିଡିଓ ଅଚ୍ୟୁତାନନ୍ଦ ଜାନୀ କଂଧମାଳ ଜିଲ୍ଲା ବିଜେପି ସମ୍ପାଦକ ଦେବେନ୍ଦ୍ର କୁଦେଇ ମଞ୍ଚାସୀ ନ ଥିଲେ l ମଞ୍ଚାସୀନ ଅତିଥି ବୃନ୍ଦ ଲୋକଙ୍କ ସରକାର ମୋହନ ସରକାର ଙ୍କ ଯୁଗାନ୍ତକାରୀ ଯୋଜନା ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସହାୟକ ହେବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବ୍ଲକର ଓ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଙ୍ଗନୱାଡି କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ସିଧା ପ୍ରସାରଣ ମାଧ୍ୟମ ରେ ଭୁବନେଶ୍ବରରୁ ଆୟୋଜିତ ହୋଇଥିବା ସୁଭଦ୍ରା ଯୋଜନା ଓ ଆବାସ ଯୋଜନା ଗୃହ ପ୍ରବେଶ ବିଭିନ୍ନ ବିକାଶ ଯୋଜନା ଶିଳାନ୍ୟାସ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯାଇ ଥିଲା l

What's Your Reaction?

like

dislike

love

funny

angry

sad

wow