ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ , ମାଫିଆ ଫେରାର

Sep 4, 2024 - 22:54
 0  24
ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ , ମାଫିଆ ଫେରାର

କଣ୍ଟାମାଳ: ଲୋକ ଆବାଜ୍.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ କରାଯାଇଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ଙ୍କ ନେତୃତ୍ୱରେ ଏକ ଟିମ୍ କଣ୍ଟାମାଳ ଥାନା ସୂର୍କାପଙ୍ଗା ଜଙ୍ଗଲ ନାଳ ଓ ବାଞ୍ଜିମୁଣ୍ଡା ଜଙ୍ଗଲ ନାଳରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି ଚାଲୁଥିବା ବେଳେ ଚଢାଉ କରିଥିଲେ | ଅବକାରୀ କର୍ମଚାରୀଙ୍କୁ ଦେଖି ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ଉକ୍ତ ସ୍ଥାନରୁ ୬ଶହ ଲିଟର ମହୁଲ ପୋଚ ଜବତ କରିଥିବା ବେଳେ ୪୯ ଲିଟର ଦେଶୀ ମଦ ଅବକାରୀ ବିଭାଗ ଜବତ କରିଛି | ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ୫୫/୨୪ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି |

What's Your Reaction?

like

dislike

love

funny

angry

sad

wow