ଦୀପକ ବାରିକ ହେଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କଣ୍ଟାମାଳ ବ୍ଲକ ପ୍ରତିନିଧି l

Nov 2, 2024 - 07:58
 0  97
ଦୀପକ ବାରିକ ହେଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କଣ୍ଟାମାଳ ବ୍ଲକ ପ୍ରତିନିଧି l

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଋଣ୍ଡିମହୁଲ ଗ୍ରାମର ବିଜେପି ଯୁବ ନେତା ଦୀପକ ବାରିକଙ୍କୁ କନ୍ଧମାଳ ସାଂସଦ ମାନ୍ୟବର ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ତାଙ୍କର କଣ୍ଟାମାଳବ୍ଲକ ପ୍ରତିନିଧି ଭାବରେ ମନୋନୀତ କରିଛନ୍ତି l ସେ କଣ୍ଟାମାଳ ବ୍ଲକ ର ସମସ୍ତ ସରକାରୀ କାର୍ଯ୍ୟ କ୍ରମରେ ସାଂସଦ ପ୍ରତିନିଧି ଭାବରେ ଯୋଗଦେବେ ବୋଲି ସାଂସଦ ମାନ୍ୟବର ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ବୌଦ୍ଧ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି l ଦୀପକ ବାରିକ ଗତ ନିର୍ବାଚନ ରେ ସକ୍ରିୟ ଭାବରେ କର୍ମି ମାନଙ୍କୁ ନେଇ ବିଜେପି ର ନେତୃତ୍ୱ ନେଇଥିବା ହୃଦୟଙ୍ଗମ କରି ସାଂସଦ ପ୍ରତିନିଧି ଭାବରେ ନିଯୁକ୍ତି ଦେଇଥିବାର କଣ୍ଟାମାଳ ଅଂଚଳରେ ଚର୍ଚ୍ଚା ହେଉଛି l ଦୀପକ ବାରିକ ସାଂସଦ ପ୍ରତିନିଧି କଣ୍ଟାମାଳ ବ୍ଲକର ହୋଇଥିବାରୁ ତାଙ୍କର ଅନୁଗତ ତଥା ବିଜେପି କର୍ମି ମହଲ ରେ ଆନନ୍ଦ ର ଲହରୀ ଖେଳି ଯାଇଛି l କଣ୍ଟାମାଳ ବ୍ଲକ ର ବିଜେପି ଗଡ଼ କୁହାଯାଉଥିବା ରୁଣ୍ଡିମହୁଲ ର ଦୀପକ ବାରିକ ଙ୍କୁ ବିଜେପି ର ଗର୍ବ ଓ ଗୌରବ ବୋଲି ପୂର୍ବତନ ବିଜେପି ର କଣ୍ଟାମାଳ ବ୍ଲକ ତଥା କଣ୍ଟାମାଳ ମଣ୍ଡଳ ସଭାପତି ପୂର୍ଣ୍ଣ ଚରଣ ସାହୁ କହିଛନ୍ତି l କର୍ମିମାନେ ଜାଣିବାପରେ ଦୀପକ ବାରିକଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛନ୍ତି l

What's Your Reaction?

like

dislike

love

funny

angry

sad

wow