ବିଭିନ୍ନ ସ୍କୁଲରେ ଗୁରୁ ଦିବସ ପାଳିତ

କଣ୍ଟାମାଳ:ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
ବାସ୍ତବିକ କ୍ଷେତ୍ରରେ ଚରିତ୍ରବାନ ଶିଷ୍ୟ ପାଇପାରିଲେ ଜଣେ ଗୁରୁଙ୍କ ଉପଯୁକ୍ତ ଦକ୍ଷିଣା ବୋଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ପାଳିତ ହେଉଥିବା ଗୁରୁ ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରଭାତ କୁମାର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଡିଗ୍ରୀ କଲେଜର ଅଧ୍ୟକ୍ଷ ଗିରିଧର ବେହୁରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଗୁରୁ ଦିବସ କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଳକର କନିଷ୍ଠ ଯନ୍ତ୍ରୀ ବୈକୁଣ୍ଠ ମାଝୀ ମୂଖ୍ୟବକ୍ତା ଭାବେ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ଜଣେ ଗୁରୁ ଶିଷ୍ୟର ସମ୍ମନ୍ଵୟର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ।
ଠିକ୍ ସେହିପରି ଘଣ୍ଟାପଡ଼ା ଯୁକ୍ତଦୁଇ କଲେଜରେ ଅଧ୍ୟକ୍ଷ ପରମାନନ୍ଦ ଡାଙ୍ଗ, ଘଣ୍ଟାପଡ଼ା ହାଇସ୍କୁଲରେ ପ୍ରଧାନଶିକ୍ଷକ ପିତବାସ ପଣ୍ଡା,ଏମ୍ଇସ୍କୁଲରେ ପ୍ରଧାନଶିକ୍ଷକ ମହେନ୍ଦ୍ର ଲୁହା, ଘଣ୍ଟାପଡ଼ା ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠୀ,କୋଡ଼ି ବାହାଲ ସ୍ଥିତ ଭୀମ ଭୋଇ ସ୍ଵତନ୍ତ୍ର ଆବାସିକ ସ୍କୁଲର ନିର୍ଦ୍ଦେଶକ ମନବୋଧ ନନ୍ଦ, ମସିଣାଗୋରା ର ସରସ୍ଵତୀ ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ, ଆମ୍ବଗାଁ ହାଇସ୍କୁଲରେ ପ୍ରଧାନଶିକ୍ଷକ ଶୁକ ଦେବ ପଣ୍ଡା, ନୂଆଁପାଲି ହାଇସ୍କୁଲରେ ପ୍ରଧାନଶିକ୍ଷକ ଅନନ୍ତ କ୍ଷେତିଙ୍କ ସଭାପତିତ୍ଵରେ ଗୁରୁ ଦିବସ ପାଳିତ ହୋଇଯାଇଛି। ସମସ୍ତ ଅନୁଷ୍ଠାନମାନଙ୍କୁ ପ୍ରତ୍ୟେକ ଗୁରୁଙ୍କ ପୂଜନ ଓ ଦକ୍ଷିଣା ପରେ ବିଭିନ୍ନ ଡିବେଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛିl
What's Your Reaction?






