ସ୍ମାର୍ଟ୍ ପାର୍କ ଠାରେ ଗୁରୁ ଦିବସ ପାଳିତ- ଯୋଗ ଗୁରୁ ମନୋଜ ପଣ୍ଡା ସମ୍ବର୍ଦ୍ଧିତ

ସୋନପୁର,ଲୋକ୍ ଆବାଜ୍. ଇନ୍(ମନୋରଞ୍ଜନ ତିପାଠୀ)
ଆଜି ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ରାଷ୍ଟ୍ରୀୟ ସଂଗଠନ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ସ୍ମାର୍ଟ ପାର୍କ ଠାରେ ମହା ସମାରୋହରେ ଗୁରୁ ଦିବସ ପାଳିତ ହୋଈ ଯାଇଛି । ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ର ରେ ଦୀପ ପୁଷ୍ପ ପ୍ରଦାନ କରି ଗୁରୁ ଙ୍କ ମଣିଷ ସମାଜ ପ୍ରତି ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟ ରେ ସମସ୍ତ ସଦସ୍ୟ ନିଜ ନିଜ ମତ ରଖିଥିଲେ । ଯୋଗ ଓ ପ୍ରାଣାୟାମ ଅଭ୍ୟାସ ଦ୍ଵାରା ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହେବ ବୋଲି ମତ ପ୍ରକାଶ କରି ଯୋଗ ଦ୍ଵାରା ମଣିଷ ସମାଜର ଏ ନର୍କ ଯନ୍ତ୍ରଣା ରୁ ମୁକ୍ତି ମିଳି ପାରିବ ବୋଲି ସଭା ସଂଯୋଜକ ରବୀନ୍ଦ୍ର ଜେନା କହିଥିଲେ। ଏହି କାର୍ୟ୍ୟକ୍ରମ ରେ ସଭାପତି ଗୋପାଳ ନେଗୀ, ସଂପାଦକ ଶ୍ରିବନ୍ତ୍ ମିଶ୍ର, ପ୍ରସନ୍ନ କର୍ଣ୍ଣ, ସବିତା ପଟ୍ଟନାୟକ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଏଥି ରେ ଯୋଗ ସହ ପ୍ରଶିକ୍ଷକ ଶ୍ରିବନ୍ତ ମିଶ୍ର, ନିତ୍ୟାନନ୍ଦ ଙ୍କ ସମେତ ଯୋଗ ଗୁରୁ ମନୋଜ ପଣ୍ଡା ଙ୍କୁ ଯୋଗ ସଂଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଭା କୁ ମନୋରଞ୍ଜନ ତ୍ରୀପାଠୀ ସଂଯୋଜନା କରିଥିବା ବେଳେ ଏହି କାର୍ୟ୍ୟକ୍ରମ ରେ ସ୍ମାର୍ଟ ପାର୍କ ର ସମସ୍ତ ଯୋଗ ସାଧକ ଓ ସାଧିକା ଉପସ୍ଥିତ ଥିଲେ ।
What's Your Reaction?






