ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ

Aug 16, 2025 - 11:50
 0  8
ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ

କର୍ଲାମୁଣ୍ଡା୧୬/୮ ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଅଞ୍ଚଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଦ୍ଦୀପନା ସହ ପାଳିତ ହୋଇଯାଇଛି।ଏହି ଅବସରରେ ଜୋରାଡ଼ବରା ପଞ୍ଚାୟତ ସିଆଲପଡା ଠାରେ ପଡା ବାସୀ ଙ୍କ ଉଦ୍ୟମ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୁକ୍ରବାର ଆରମ୍ଭ ହୋଇ ଶନିବାର ଉଦଯାପିତ ହୋଇଯାଇଛି।ଏଥିରେ ଜନ୍ମାଷ୍ଟମୀ ବିଷୟ ବସ୍ତୁ କୁ ନେଇ ଆୟୋଜିତ ପାରାୟଣ କାର୍ଯ୍ୟକ୍ରମ ପୂଜକ ଚିତ୍ରସେନ ଦାଶ୍, ଗାୟକ ପ୍ରଫୁଲ୍ଲ ବଡ଼ମାଳି,କର୍ତ୍ତା ଭାବେ ନରେନ୍ଦ୍ର ଭୋଇ ଓ ଟିଲୁ ଗହୀର ରହିଥିଲେ।ସେହି ପରି ବ୍ଲକର ରିଷିଡା, କର୍ଲାମୁଣ୍ଡା, ରିଞ୍ଜ।ଶୀଶାଖାଲ,କୁଶୁର୍ଲା,ତେରେସିଙ୍ଗା,ଟକାରୁମାଲ ,ଗଜବାହାଲ,ଖଲିଆପଲି ଇତ୍ୟାଦି ସ୍ଥାନ ମାନଙ୍କ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି

What's Your Reaction?

like

dislike

love

funny

angry

sad

wow