ବିଶ୍ୱକର୍ମା ପୂଜା ଉଦଯାପିତ

Sep 19, 2024 - 06:09
 0  11
ବିଶ୍ୱକର୍ମା ପୂଜା ଉଦଯାପିତ

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପାଲସା ଗୋରା ବିଶ୍ୱ କର୍ମା ପୂଜା କମିଟି ଦ୍ୱାରା ଦୁର୍ଗା ମଣ୍ଡପ ଠାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି l ପୂଜାରେ କର୍ତ୍ତା ଭାବେ ଗୋପୀନାଥ ସାହୁ ଦାଇତ୍ୱ ତୁଲାଇ ଥିବା ବେଳେ ମନୋଜ ମିଶ୍ର ପୂଜା ଦାୟିତ୍ୱତୁଲାଇଥିଲେ l ପାରାୟଣ କାର୍ଯ୍ୟ କ୍ରମରେ ନମିତା ସାହୁ ରାମାୟଣ ପାଠ କରିଥିଲେ l ମଙ୍ଗଳବାର ଦିନ କୃଷ୍ଣ ଗୁରୁ ହୋଇଥିଲା l ଆଜି ଭସାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟ କ୍ରମ ପରିଚାଳନା ରେ ପ୍ରଫୁଲ୍ଲ ପୁରୋହିତ, ବିକ୍ରମ କେଶରୀ ପଣ୍ଡା, ତରଣୀ ସାହୁ, ଭାଗିରଥି ମଲିକ, କୁନା ସେଠି ଓ କମିଟିର ସମସ୍ତ ସଦସ୍ୟ ସହଯୋଗ କରି ଥିଲେl ସେହିପରି ପରା ଗ୍ରାମରେ ମଧ୍ୟ ବିଶ୍ୱ କର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି l ବିଶ୍ୱ କର୍ମା ପୂଜା ଅବସରରେ ଗ୍ରାମରେ ଅଷ୍ଟପ୍ରହରୀ ନମଯଂଜ୍ଞ ଅନୁଷ୍ଠିତ ହୋଇଥିଲା l ଆଜି ଭସାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l

What's Your Reaction?

like

dislike

love

funny

angry

sad

wow