ବିଶ୍ୱ ମସ୍ତିସ୍କ ପକ୍ଷାଘାତ ଦିବସ ପାଳିତ

କଣ୍ଟାମାଳ :ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ରେଆର୍ ଦ୍ଵାରା ପରିଚାଳିତ ଉତ୍ସାହ - ଡେ କେଆର ଥେରାପି ସେଣ୍ଟର, କଣ୍ଟାମାଳ ଠାରେ ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳନ କରାଯାଇ ଥିଲା ।
ଏହି କାର୍ଯ୍ୟକ୍ରମ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ, ଓଡ଼ିଶା ସରକାର ଙ୍କ ସହାୟତାରେ ଆୟୋଜନ କରାଯାଇ ଥିଲା। ଏଥିରେ ରେଆର୍ ଅନୁଷ୍ଠାନ ର ସହ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଆମ୍ବୂଜ ଶତପଥୀ ମୁଖ୍ୟ ଅତିଥି, ରେ଼ଆର ର ସାଧାରଣ ସମ୍ପାଦକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅନଙ୍ଗ ନେଗି ଅତିଥି ରୂପେ ଯୋଗଦାନ କରି ଥିଲେ। ଏହି କାର୍ଯ୍ୟକ୍ରମ କୁ ସେଣ୍ଟର ର ସ୍ଵତନ୍ତ୍ର ପ୍ରଶିଖିକା ବୀଣାପାଣି ଲୁହା ପରିଚାଳନା କରିଥିଲେ। ଭୌତିକ ଚିକିତ୍ସକ ସୋମନାଥ ସାହୁ ଅଭିଭାବକ ମାନଙ୍କୁ ମାନସିକ ପକ୍ଷାଘାତ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ଆମ୍ବୂଜ ଶତପଥୀ ଓ ଶ୍ରୀଯୁକ୍ତ ଅନଙ୍ଗ ନେଗି ଅଭିଭାବକ ମାନଙ୍କୁ ବିଭିନ୍ନ ଉଦାହରଣ ଓ ନିଜେ ଦେଖି ଥିବା ବିଭିନ୍ନ ଘଟଣା ମାଧ୍ୟମରେ ଏହି ଅବସ୍ଥା ରେ ଥିବା ପିଲା ମାନେ କେତେ ଉନ୍ନତି କରିଛନ୍ତି ସେ ବିଷୟରେ ଆଲୋକପାତ କରିବା ସହ ଏହା କୌଣସି ପ୍ରକାର ର ରୋଗ ନୁହେଁ ଓ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଗି ଏହାର କୌଣସି ଔଷଧ ନାହିଁ, ଏହା ଏକ ପ୍ରକାରର ଅବସ୍ଥା ଯାହାକୁ ଭୌତିକ ଚିକିତ୍ସା ମାଧ୍ୟମରେ ହିଁ ଅବସ୍ଥା ରେ ପରିବର୍ତନ କରାଯାଇ ପାରିବ ବୋଲି ମତ ପୋଷଣ କରିଥିଲେ । ଏହା ପରେ ସେଣ୍ଟର ର ପିଲା ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା। କାର୍ଯ୍ୟକ୍ରମ ରେ ମୋଟ ୫୨ ଜଣ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ସଭା ଶେଷରେ ସୋମନାଥ ସାହୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚୌଧୁରୀ ବାରିକ, ମମତା କୁମ୍ଭାର, ସୁପ୍ରଭା ଜାନି, ଟିକେଚନ ରଣା, ସମୀର ପୁଟେଲ ସହଯୋଗ କରିଥିଲେ।
What's Your Reaction?






