ବାଲିଗୁଡା ବନଖଣ୍ଡ ଅଧିକାରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବରିଷ୍ଠ ସାମ୍ୱାଦିକ ପ୍ରମୋଦ

ବାଲିଗୁଡା:ଲୋକ ଆବାଜ୍. ଇନ (ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିକାରୀ ଭାବେ ଘନଶ୍ୟାମ ମହନ୍ତ ଦାୟିତ୍ଵ ଗ୍ରହଣ ଅବସରରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ବାଲିଗୁଡା ର ବରିଷ୍ଠ ସାମ୍ବାଦିକ ତଥା ଯୁବ ନାଟ୍ୟକାର ମଞ୍ଚ ଅଭିନେତା ପ୍ରମୋଦ l ଶନିବାର ଦିନ ବନଖଣ୍ଡ ଅଧିକାରୀ ଙ୍କୁ ସାକ୍ଷାତ କରି ବନଖଣ୍ଡ ର ବିଭିନ୍ନ ବନାଞ୍ଚଳ ରେ ଜଙ୍ଗଲ ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ସହିତ ଜଙ୍ଗଲ ରେ ବସବାସ କରୁଥିବା ଆଦିବାସୀ ଙ୍କ ଜୀବନ ଜୀବିକା କୁ ପ୍ରାଧାନ୍ୟ ଦେଇହେବ ସେନେଇ ଆଲୋଚନା କରିଥିଲେ l ସୂଚନାଯୋଗ୍ୟଯେ ଦୀର୍ଘ ଦଶବର୍ଷ ଧରି ପ୍ରମୋଦ ଜଙ୍ଗଲ ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ବୃକ୍ଷ ରୋପଣ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଲୋକକଳା, ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଉପାନ୍ତ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରୁଛନ୍ତି l ବାଲିଗୁଡ଼ା ର ନୂତନ ବନଖଣ୍ଡ ଅଧିକାରୀ ଙ୍କ ସହିତ ସାକ୍ଷାତ ଆଲୋଚନା ପରେ ଖୁସି ପ୍ରକଟ କରିଛନ୍ତି ପ୍ରମୋଦ l
What's Your Reaction?






