ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅଞ୍ଚଳ ରେ ମୃତ କଲରା ପତରିଆ ବାଘ ଠାବ*- *ଦକ୍ଷିଣାଞ୍ଚଳ ଆର୍ ସି ସି ଏଫ୍ ଟିମ୍ ର ତଦନ୍ତ ଆରମ୍ଭ

ସୁବର୍ଣ୍ଣପୁର:ଲୋକ ଆବାଜ.ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଦକ୍ଷିଣାଞ୍ଚଳ ଆର୍ ସି ସି ଏଫ୍ ଟିମ୍ ର ତଦନ୍ତ ଆରମ୍ଭ*- ବୌଦ୍ଧ -୨୬-୦୯- ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢହଳ ସଂରକ୍ଷିତ ଜଙ୍ଗଲ ର ଏକ ନାଳ ରୁ ଏକ କଲରା ପତରିଆ ବାଘ ର ମୃତ ଦେହ ଠାବ ହୋଇଛି l ଘଟଣା ସ୍ଥଳ ରେ ସାତକୋଶିଆ ସାଇଣ୍ଟି ଫିକ ଟିମ ସହିତ ଦକ୍ଷିଣାଞ୍ଚଳ ଆର୍ ସି ସି ଏଫ୍ ସଞ୍ଜୟ କୁମାର ସ୍ବାଇଁ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋ ତଦନ୍ତ ଆରମ୍ଭ କରିଛନ୍ତି l ଖବର ରୁ ପ୍ରକାଶ ଯେ ମlଧପୁର ପୋଡ଼ ହଳ ଜଙ୍ଗଲ ରେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ବେଳେ ଏହି ନାଳ ରେ ବାଘ ର ମୃତ ଦେହ ଠାବ କରିଥିଲେ l ବାଘ ର ମୃତ ଦେହ ବ୍ୟବଚ୍ଛେଦ ପରେ ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି l ଓ ପରୀକ୍ଷା ନିରୀକ୍ଷା ପରେ ଉକ୍ତ ବାଘ କେବେ ଠୁଁ ମୃତ୍ୟୁ ହୋଇଛି ଓ ଏହାର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଦକ୍ଷିଣାଞ୍ଚଳ ଆର୍ ସି ସି ଏଫ୍ ପ୍ରକାଶ କରିଛନ୍ତି l
What's Your Reaction?






