ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ
ବାଲିଗୁଡ଼ା:ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗ୍ରାମ ପଞ୍ଚାୟତ ର ଶିବ ମନ୍ଦିର ପ୍ରାଙ୍ଗଣ ରେ ବ୍ରାହ୍ମଣ ମହାସଂଘ ର ବୈଠକ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ପଣ୍ତିତ ବିଶିମାଝି ଯୋଗଦେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ରାହ୍ମଣ ସମାଜ ର ସଭାପତି ଦୁଃଶାସନ ଶତପଥୀ, ଉପସଭା ପତି ବ୍ରହ୍ମାନନ୍ଦ ମିଶ୍ର, ସମ୍ପାଦକ ବାରିଜ୍ କୁମାର ଆଚାର୍ଯ୍ୟ ଚିନ୍ତାମଣି ମିଶ୍ର ଉମା ଚରଣ ମିଶ୍ର, ବିରଞ୍ଚି ନାରାୟଣ କର, ସୁରେନ୍ଦ୍ର କୁମାର ଦାଶ ସଚିତ୍ର କୁମାର ଶତପଥୀ ଉପସ୍ଥିତ ରହି ବ୍ରାହ୍ମଣ ସମାଜ କୁ ସଂଗଠିତ କରିବା ପାଇଁ ଆହ୍ଵାନ କରିଥିଲେ ଏବଂ କର୍ମକାଣ୍ଡ କରୁଥିବା ବ୍ରାହ୍ମଣ ଙ୍କ ବୟସଧିକ ହେଲେ ସରକାର ଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ କରିବା ସହିତ ଗରୀବ ବ୍ରାହ୍ମଣ ଙ୍କ ପୁଅ ଝିଅ ଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ର ରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବୀ ପତ୍ର ଦିଆଯାଇ ଥିବା ଜଣା ପଡିଛି, ଧର୍ମ ଓ ସଂସ୍କୃତି ର ସୁରକ୍ଷା ପାଇଁ ବ୍ରାହ୍ମଣ ସମାଜ ପାଇଁ ବାରଖମା ରେ ସରକାର ଙ୍କ ପକ୍ଷରୁ ଏକ ଭାଗବତ ଟୁଙ୍ଗୀ ନିର୍ମାଣ କରାଯିବ ବୋଲି ଜିଲ୍ଲା ସଭାପତି ପଣ୍ତିତ ବିଶିମାଝୀ କହିଥିଲେ, କାର୍ଯ୍ୟକ୍ରମ କୁ ଅବନୀ କୁମାର ରଥ, ଅମିୟ ମିଶ୍ର, ଉମା ଚରଣ ଦାଶ, ବରୁଣ କୁମାର ମିଶ୍ର, ସୀମାଞ୍ଚଳ ପାତ୍ର, ଅରୁଣ ପଣ୍ଡା ସଫଳ ଆୟୋଜନ କରିଥିଲେ l
What's Your Reaction?