ବାଲିଗୁଡା ରେ ବିଜେପି ସକ୍ରିୟ ସଦସ୍ୟ ସମ୍ବିଳନୀ

ବାଲିଗୁଡା: (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ ଲୋକବାଜ.ଇନ)
ବାଲିଗୁଡା ଗାୟତ୍ରୀ ମନ୍ଦିର ସଭାଗୃହ ଠାରେ ବାଲିଗୁଡା ବିଧାନସଭା ସ୍ତରୀୟ ବିଜେପି ସକ୍ରିୟ ସଦସ୍ୟ ସମ୍ବିଳନୀ ଅନୁଷ୍ଠିତ ହୋଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ସାଙ୍ଗଠନିକ କୁ ମଜବୁତ ରଖିବା ସହିତ ରାଜ୍ୟ ସରକାର ଙ୍କ ଯୋଜନା କିପରି ତୃଣମୂଳ ସ୍ତରରେ ପହଂଚି ପାରିବ ସେ ନେଇ ବିଜେପି କର୍ମୀ ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ | ଏଥିରେ ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, ଫୁଲବାଣୀ ବିଧାୟକ ଉମା ଚରଣ ମଳିକ ପୂର୍ବତନ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ମହିଳା ନେତ୍ରୀ କଳ୍ପନା କହଁର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ ପୂର୍ବତନ ଜିଲ୍ଲା ସାଧରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ କନ୍ଧମାଳ ସାଂସଦ ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗ ଦେଇ ଆଗାମୀ ଦିନ ରେ ବିଜେପି ସରକାର ଙ୍କ ପ୍ରତିଟି ଯୋଜନା ଘରେ ଘରେ ପହଁଚି ପାରିବ ସେ ନେଇ ଦଳୀୟ ସକ୍ରିୟ ସଦସ୍ୟ ମାନଂକୁ ପରାମର୍ଶ ଦେଇ ଥିଲେ |
What's Your Reaction?






