ଭୋଟର ସଚେତନ କର୍ମଶାଳା ଅନୁଷ୍ଠିତ
ତେରେସିଂହା, ୧୩/୧୦ ଲୋକ ଆବାଜ୍. ଇନ୍ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା ତରଫରୁ ଭୋଟର ସଚେତନ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ମହବିଦ୍ୟାଳୟର ଅଧ୍ୟକ୍ଷ ଆଭାସ ଚନ୍ଦ୍ର ଆଚାଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଭୋଟରର କର୍ତବ୍ୟ, ଭୋଟରର ସଚେତନତା ବିଷୟରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥିଭାବରେ ଶିକ୍ଷା ବିଭାଗ ଅଧ୍ୟାପକ ସୁବ୍ରତ ରଣା, ଓଡିଆ ଅଧ୍ୟାପକ ବାବୁଲାଲ ଗହୀର ମଂଚାସୀନ ଥିଲେ । କର୍ମଶାଳାକୁ ଏନ୍.ଏସ୍.ଏସ୍. କାର୍ଯ୍ୟକ୍ରମ ଅଧିକାରୀ ମୁକେଶ ବହିଦାର ପରିଚାଳନା କରିଥିଲେ । କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଡୋଳାମଣି ଗହୀର, ରାଧାମୋହନ ଗହୀର ପ୍ରମୁଖ ସହଯୋଗ କରିଥିଲେ ।
What's Your Reaction?