ମଦ କାରବାରରେ ଜଣେ ଗିରଫ |

କଣ୍ଟାମାଳ :୨୧/୯(ଲୋକ ଆବାଜ. ଇନ, ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣା ପଡ଼ିଛି | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକଙ୍କ ନେତୃତ୍ୱରେ ଏକ ଟିମ୍ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ନଂ ୪୧ର ଘଣ୍ଟାପଡ଼ା ଛକ ପାଖ ଏକ ହୋଟେଲ ନିକଟରେ ଚଢାଉ କରି ବିପୁଳ ବିଦେଶୀ ମଦ ଜବତ କରିଥିବା ବେଳେ ଘଟଣାରେ ଜଣକୁ ଗିରଫ କରାଯାଇଛି | ଜବତ ଦେଶୀ ମଦର ପରିମାଣ ୩୧ ଲିଟର ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ଜଣକ ହେଲେ ଘଣ୍ଟାପଡ଼ା ଗ୍ରାମର ଦିଲ୍ଲୀପ ମିଶ୍ର (୪୮) ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୬୦/୨୪-୨୫ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଦିଲ୍ଲୀପ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକ ସୂଚନା ଦେଇଛନ୍ତି |
What's Your Reaction?






