କର୍ଲାମୁଣ୍ଡା ବ୍ଲକ..... ସଚେତନତା ସୃଷ୍ଟି ଉଦେଶ୍ୟ ରେ ଗଡ଼ିଲା ସୁଭଦ୍ରା ରଥ

Sep 13, 2024 - 12:59
Sep 13, 2024 - 13:00
 0  28
କର୍ଲାମୁଣ୍ଡା ବ୍ଲକ..... ସଚେତନତା ସୃଷ୍ଟି ଉଦେଶ୍ୟ ରେ ଗଡ଼ିଲା ସୁଭଦ୍ରା ରଥ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ ରଣା)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସୁଭଦ୍ରା ରଥ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି।ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ,ସିଡିପିଓ କଳ୍ପଳତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସୁଭଦ୍ରା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମିଶନ ଶକ୍ତି ବିପିସି ବିପିନ ବାରିକ, କିରାଣୀ ପ୍ରଦୀପ କୁମାର ମାଝୀ,ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ମିଶନ ଶକ୍ତି ବ୍ଲକ ଫେଡେରେଶନ ସଭାନେତ୍ରୀ ଜୟନ୍ତୀ ସାହୁ ଙ୍କ ସମେତ ସିଆରପି,ଏମବିକେ, ଫେଡରେଶନ କର୍ମକର୍ତ୍ତା , ସ୍ୱୟଂ ସହାୟକ ଗୋଷ୍ଠୀ ,ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ରଥ ଟି ସୋମବାର ସୁଦ୍ଧା ବ୍ଲକ ର ୧୨ ଟି ପଞ୍ଚାୟତ କୁ ଯାଇ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ର କିଭଳି ସୁଫଳ ନେଇପାରିବେ ତଥା ସୁଭଦ୍ରା ରେ ଥିବା ମାନଦଣ୍ଡ ଓ ଯୋଗ୍ୟତା ପାଇଁ ହିତାଧିକାରୀ ଙ୍କୁ ସଚେତନତା ସୃଷ୍ଟି କରିବାକୁ ଥିବା ଜଣା ପଡିଛି

What's Your Reaction?

like

dislike

love

funny

angry

sad

wow