ମନୁମୁଣ୍ଡା ତ୍ରିରଙ୍ଗା କ୍ଲବରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଟିତ

Nov 7, 2024 - 12:59
 0  6
ମନୁମୁଣ୍ଡା ତ୍ରିରଙ୍ଗା କ୍ଲବରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଟିତ

  ବୌଦ୍ଧ :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ତ୍ରିରଙ୍ଗା କ୍ଲବ ଦ୍ଵାରା ଆୟୋଜିତ ଲକ୍ଷ୍ମୀ ପୂଜା ଅବସରରେ ଆଜି ଏକ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି l ମହାନଦୀ ନେତ୍ରା ଚିକିତ୍ସାଳୟ, ପଣ୍ଡାପାଲି, ମହାନଦୀ ସିଟି ଆଇ କେୟାର ଏବଂ ତ୍ରିରଙ୍ଗା କ୍ଳବ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚକ୍ଷୁ ଶିବିରକୁ ବୟନିକା ରାଜ୍ୟ ସଭାପତି ପ୍ରକଶ ଚନ୍ଦ୍ର ମେହେର ଶୁଭ ଉଦଘାଟନ କରିଥିବା ବେଳେ ଶିବିରରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପଶ୍ଚିମ ଓଡ଼ିଶା ରକ୍ତ ସଂଯୋଜକ ମନୋଜ ପଣ୍ଡା ,କ୍ଳବ ସଭାପତି ସମ୍ପାଦକ ଯୋଗ ଦେଇଥିଲେ l ଏହି ଶିବିର ପରିଚାଳନା ପାଇଁ ଟେକ୍ନିସିଅlନ .ଜଗବଳିଆ ସାହୁ, . ଗଦାଧର ପଧାନ, ସିଦ୍ଧାର୍ଥ ଷଡ଼ଙ୍ଗୀ ରୋଗୀ ମାନଙ୍କୁ ଚକ୍ଷୁ ରୋଗ ନିରୂପଣରେ ସହାୟତା କରିଥିଲେ l ଶିବିରରେ ରୋଗ ଚି଼ହ୍ନଟ ପାଇଁ ଆସିଥିବା ରାଜେଶ୍ୱରୀ ମେହେର, ଟ୍ୱିଙ୍କିଲ ମେହେର, ବ୍ରଜେଶ୍ବରୀ ମଲିକ, ପ୍ରତିଭା ମେହେର, ବନମାଳୀ ମେହେର, କାମିନୀ ସେଠୀ, ନିରଞ୍ଜନ ମେହେର, ଭୂଲା ତରିଆ, କୁନୁ ରାଜହଂସ, ଗୋଲାପୀ ମଲିକ ଆଦି ଶତାଧିକ ବୃଦ୍ଧ ବୃଦ୍ଧାଙ୍କ ଆଖି ପରୀକ୍ଷା ସହ ରକ୍ତଚାପ, ମଧୁମେହ ଆଦି ପରୀକ୍ଷା କରିଥିଲେ l କ୍ଲବ ର ଏତାଦୃଶ୍ୟ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଏହି ମହତ୍ କାମ ପାଇଁ ଏ ଅଞ୍ଚଳ ବାସୀ ଖୁବ୍ ପ୍ରଶଂସା କରିଛନ୍ତି l

What's Your Reaction?

like

dislike

love

funny

angry

sad

wow