ମସିଣାଗୋରା ଶିଶୁ ମନ୍ଦିରରେ ପିତୃ ସମ୍ମିଳନୀ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ ବ୍ଲକ ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଭାପତି ସୋମନାଥ ସାହୁଙ୍କ ଅଧ୍ୟକ୍ଷତାରେ ପିତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀପ ଲଗାଇ ଉଦ୍ଘାଟନ କରିଥିଲେ । ଉମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଷ୍ଟେଶ୍ୱର ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ବାପାର ଦାୟିତ୍ୱବୋଧ ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତୀକେଶ୍ୱର ବେହେରା, ସହ ସମ୍ପାଦକ ଉପେନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ବୌଦ୍ଧିକ ପ୍ରମୁଖ ସନ୍ଧ୍ୟାରାଣୀ ମନହିରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଶିଶୁ ଭଉଣୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଅଭିଭାବକ ମାନଙ୍କୁ ନେଇ ଶିଶୁ ବାଟିକା ପ୍ରମୁଖ ସାଇବାନୀ ପାତ୍ର ଚିତ୍ରାଙ୍କନ କ୍ରିୟାକଳାପ କରିଥିଲେ ଓ କୃତି ଅଭିଭାବକ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ପାଦକ ଭକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ଶ୍ରୀକାନ୍ତ କୁଦେଇ, ରୋଶନ ସାହୁ, ନେପାଳ ପ୍ରଧାନ, ରାଜକୁମାର ରଣା, ଆଚାର୍ଯ୍ୟା ଝରଣା ପ୍ରଧାନ, ମମିତା ରଣା, ବେଦମତି କୁଦେଇ, ସୁରୁସୂତା ଭୋଇ, ସ୍ୱାଗତିକା ନାଗ ସହଯୋଗ କରିଥିଲେ । ପରିଚାଳନା ସମିତି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
What's Your Reaction?






