କଣ୍ଟାମାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବାର୍ଷିକ କ୍ରୀଡା ଉଦଯାପିତ

Nov 24, 2024 - 07:09
 0  8
କଣ୍ଟାମାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବାର୍ଷିକ କ୍ରୀଡା  ଉଦଯାପିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)

କଣ୍ଟାମାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟାମାଳ ର ୧୯ ତମ ବାର୍ଷିକ କ୍ରୀଡା ଉଦଘାଟିତ ହୋଇ ଯାଇଛି।ଏହି ଉଦ୍ଘାଟନୀ ଉତ୍ସବରେ କଣ୍ଟାମାଳ ଥାନାଅଧିକାରୀ ଭାବାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା ବାଗଦେବୀ ଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ୧୯ତମ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନବୀନ ସାହୁ, ଅବସର ପ୍ରାପ୍ତ ସେବକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟାମାଳ ଯୋଗ ଦେଇ ଥିଲେ।ପ୍ରଧାନ ଆଚାର୍ଯ୍ୟ  ଭଗବାନ ମନହିରI ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ଦେଇଥିଲେ। ସମ୍ପାଦକ ରଞ୍ଜିପ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ଅନନ୍ୟା ଆନନ୍ଦିତ ମିଶ୍ର ମଞ୍ଚ ପରି ଚାଳନା କରିଥିଲେ ଏହି କାର୍ଯ୍ୟକ୍ରମକୁ ଶାରୀରିକ ପ୍ରମୁଖ  ପୁରନ୍ଦର ରାଉତ୍ କ୍ରୀଡ଼ା କୁ ପରିଚାଳନ କରିଥିଲେ। ଆଜି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ମାନନୀୟ ସଂଜୟ ରାଉତ୍ କଣ୍ଟାମାଳ ଦମକଳ କେନ୍ଦ୍ର ର କେନ୍ଦ୍ରଧିକାରୀ ଦ୍ଵୀପ ପ୍ରଜ୍ଜ୍ଵଳନ କରିଥିଲେ। କଣ୍ଟାମାଳ ଜିଲ୍ଲାପରିଷଦ ସଦସ୍ୟା ପଦ୍ମାଳୟା ପଧାନ,ପ୍ରଧାନ ଶିକ୍ଷକ ଉଚ୍ଚ ବିଦ୍ୟାଳୟ କଣ୍ଟାମାଳ ପ୍ରକାଶ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ପ୍ରଧାନ ଆଚାର୍ଯ୍ୟ  ଭଗଵାନ ମନହିରା ଅତିଥି ପରିଚୟ କରିଥିଲେ। ମୁଖ୍ୟ ବକ୍ତା ସନ୍ତୋଷ କୁମାର ବିଶି ଶିଶୁ ଙ୍କୁ କ୍ରୀଡ଼ା ବିଷୟରେ ମାର୍ଗଦର୍ଶନ କରିଥିଲେ,ପରିଚାଳନା ସମିତିର ସଭାପତି ଲଳିତ କୁମାର ସାହୁ, ଓ କୋଷାଧ୍ୟକ୍ଷ ନେତ୍ରାନନ୍ଦ ସାହୁ ଉପସ୍ଥିତ ଥିଲେ ଓ ସମସ୍ତ ଗୁରୁଜୀ ଗୁରମା ସେବକ ସେବିକା, ଅଭିଭାବକ ଅଭିଭାବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ପରିସମାପ୍ତି ହେଲା। ଶେଷରେ ଗରୁମା ପ୍ରଭାସିନୀ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow