ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

Sep 21, 2024 - 21:20
 0  42
ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

କଣ୍ଟାମାଳ :୨୧/୯(ଲୋକ ଆବାଜ. ଇନ, ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ କମିଟି ସଭାପତି ଦିଗାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜିତ କୁମାର ସାହୁ ଉପସ୍ଥିତ ରହି ଦୀପ ଲଗାଇ ଉଦ୍ଘାଟନ କରିଥିଲେ ।ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତୀକେଶ୍ୱର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ଉପରେ ମାଆର କର୍ତ୍ତବ୍ୟ ଓ ଶିଶୁ ର ସର୍ବାଙ୍ଗୀନ ବିକାଶ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

 ସେହିପରି ସମ୍ମାନିତ ଅତିଥି ଭାବେ କମିଟୀ ସଦସ୍ୟା ଲକି ସାହୁ, ଡୋଲେଶ୍ୱରି ମାଝୀ ଉପସ୍ଥିତ ଶିକ୍ଷାରେ ଶିଶୁ ସହିତ ମାଆ ମାନଙ୍କର ଭୂମିକା ଉପରେ ବକ୍ତବ୍ୟ ରହିଥିଲେ ।ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ବୌଦ୍ଧିକ ପ୍ରମୁଖ ସନ୍ଧ୍ୟାରାଣୀ ମନହିରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ତତ୍ ପରେ ମାତୃ ଭାରତୀ ର ପୁନର୍ଗଠନ କରାଯାଇଥିଲା ଓ ଶିଶୁ ଭଉଣୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ୮୦ ଜଣ ମାଆମାନଙ୍କୁ ନେଇ ଶିଶୁ ବାଟିକା ପ୍ରମୁଖ ସାଇବାନୀ ପାତ୍ର ଝୋଟି ଓ ସୋରିଷ ବଛା କ୍ରିୟାକଳାପ ଆଦି ପ୍ରତିଯୋଗୀତା କରିଥିଲେ ଓ କୃତି ମାଆମାନଙ୍କୁ ମାନପତ୍ର ସହ ପୁରସ୍କାର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ସମ୍ପାଦକ ଭକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ଶ୍ରୀକାନ୍ତ କୁଦେଇ , ରୋଶନ ସାହୁ , ନେପାଳ ପ୍ରଧାନ , ରାଜକୁମାର ରଣା, ଆଚାର୍ଯ୍ୟl ଝରଣା ପ୍ରଧାନ , ମମିତା ରଣା , ବେଦମତି କୁଦେଇ ,ସୁରୁସୂତା ଭୋଇ ସ୍ୱାଗତିକା ନାଗ ସହଯୋଗ କରିଥିଲେ। ସମ୍ମିଳନୀରେ ବହୁ ମାଆମାନେ ଉପସ୍ଥିତ ରହିଥିଲେ।

What's Your Reaction?

like

dislike

love

funny

angry

sad

wow